www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟର ପ୍ରତି କୋଣରେ ପହଞ୍ଚିବ “ପିଏମ ବାଣୀ-ୱାଇଫାଇ ଯୋଜନା”

ଭୁବନେଶ୍ବର: ଦେଶର ସମସ୍ତ ସାର୍ବଜନୀନ ସ୍ଥାନ ଗୁଡିକରେ ୱାଇଫାଇ ସୁବିଧା ଉପଲବ୍ଧ କରାଉଥ‌ିବା ୱାଇଫାଇ ଆକ୍ସେସ ନେଟୱାର୍କ ଇନିସିଏଟିଭ (ପିଏମ ବାଣୀ) ଯୋଜନା ଅଧିନରେ ଭୁବନେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ଏହି ଅବସରରେ “ପିଏମ ବାଣୀ”  ସହ ଜଡିତ ଏକ୍ସପେକ୍ଟ ଇନ୍ଫୋଟେକ ନେଟୱର୍କର ସହ ପ୍ରତିଷ୍ଠାତା ସୌରଭ ସିଂହ କହିଛନ୍ତି, ଭୁବନେଶ୍ବରରେ ପିଏମ ବାଣୀ ଯୋଜନା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ଘୋଷଣା କରି ଅତ୍ୟନ୍ତ ଖୁସି । ୱାଇଫାଇ ଏବଂ ଡାଟା ସେଣ୍ଟର ସ୍ଥାପନ କରି ଯୁବବର୍ଗ ରୋଜଗାର ସୃଷ୍ଟି କରି ପାରିବେ । ପିଏମ ବାଣୀ ଯୋଜନା ଜରିଆରେ ସାରା ଦେଶରେ ଡାଟା କେନ୍ଦ୍ର ଖୋଲା ଯାଉଛି ।
ଭୁବନେଶ୍ୱର ସେଣ୍ଟରର ଦାଇତ୍ବ ଓଡିଶା ରାଜ୍ୟ କୋଅର୍ଡିନେଟର ଭାବେ ପ୍ରଭାକର ମହାନ୍ତି ସମ୍ଭାଳିବେ । ଏହି ଅବସରରେ ଶ୍ରୀ ମହାନ୍ତି କହିଛନ୍ତି, ପିଏମ ବାଣୀ ଯୋଜନାକୁ ଓଡ଼ିଶାରେ ସଫଳତାର ସହ ଲାଗୁ କରିବା ଦିଗରେ ବ୍ୟାପକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ସମାଜର ପ୍ରତି ବର୍ଗଙ୍କୁ ଏଥିରେ ଯୋଡିବା ଲକ୍ଷ୍ୟ ରଖା ଯାଇଛି । ଏହା ଦ୍ବାରା ତୃଣମୂଳ ସ୍ତର ଏବଂ ପଛୁଆ ବର୍ଗର ବ୍ୟକ୍ତି ବିଶେଷଙ୍କ ନିକଟରେ ସାରା ବିଶ୍ବର ସୂଚନା ଉପଲବ୍ଧ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ ଲକ୍ଷ୍ୟ ଆଧାରରେ ଲୋକଙ୍କ ନିକଟରେ ଇଣ୍ଟରନେଟ ସୁବିଧା ପହଞ୍ଚାଇବାରେ ଉଦ୍ୟମ ରହିଛି । ଇଣ୍ଟରନେଟ ସୁବିଧା ଯୋଗାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଭିବୃଦ୍ଧି କରୁଛି । ପିଏମ ବାଣୀ ଦ୍ବାରା ଏହା ତ୍ବରାନ୍ବିତ କରାଯିବ। ଏହା ଦ୍ବାରା ପ୍ରତି ଲୋକ ଇଣ୍ଟରନେଟ ସହ ଯୋଡି ହୋଇ ସରକାରୀ ଯୋଜନାର ଲାଭ ଉଠାଇ ପାରିବେ । ଛୋଟ ବ୍ୟବସାୟୀ ଏବଂ ଦୋକାନୀ ଏହି ଯୋଜନା ଦ୍ଵାରା କାରବାରରେ ଆହୁରି ଉନ୍ନତି କରି ପାରିବେ । ଏହି ଯୋଜନାରେ ୱାଇଫାଇ ସୁଲଭ ମୂଲ୍ୟରେ ମିଳିବ ।
ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଏଭଳି ଯୋଜନା ଦ୍ବାରା ଲୋକଙ୍କ ବ୍ୟବସାୟ ବୃଦ୍ଧି ହେବ । ଲୋକଙ୍କ ଜୀବନ ଧାରଣ ମାନରେ ମଧ୍ୟ ପରିବର୍ତନ ଆସିପାରିବ । ଅଧିକ ରୋଜଗାର ସୃଷ୍ଟି  ହୋଇପାରିବ । ଯୋଜନାର କାର୍ଯ୍ୟ।ନ୍ବୟନ ପାଇଁ ସାରା ଦେଶରେ ଡାଟା ସେଣ୍ଟର ସ୍ଥାପନ କରାଯିବ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories