www.samajalive.in
Sunday, December 14, 2025
26.1 C
Bhubaneswar

ଏସୀୟ କ୍ରୀଡ଼ା ଉଦ୍‌ଘାଟନୀ ସମାରୋହ : ଧ୍ବଜା ବାହକ ହରମନପ୍ରୀତ ସିଂହ, ଲଭଲିନା

ନୂଆଦିଲ୍ଲୀ : ଚୀନ୍‌ର ହ୍ୟାଙ୍ଗ୍‌ଝାଓରେ ଆସନ୍ତା ୨୩ରୁ ଆରମ୍ଭ ହେବାକୁ ଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନୀ ସମାରୋହରେ ଭାରତୀୟ ଜାତୀୟ ପତାକା ଧରିବେ(ଧ୍ବଜାବହାକ)  ପୁରୁଷ ହକି ଦଳର ଅଧିନାୟକ ହରମନପ୍ରୀତ ସିଂହ ଓ ମହିଳା ବକ୍ସର ଲଭଲିନା ବୋରଗୋହେନ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଏସୀୟ କ୍ରୀଡ଼ା ନିମନ୍ତେ ଭାରତର ଚିଫ୍‌ ଡି’ ମିଶନ ଭୁପିନ୍ଦର ସିଂହ ବାଜୱା କହିଛନ୍ତି ଦୀର୍ଘସମୟ ଆଲୋଚନା ପରେ ଚଳିତଥର ହରମନପ୍ରୀତ ସିଂହ ଓ ଲଭଲିନା ଉଦ୍‌ଘାଟନ ଉତ୍ସବରେ ଭାରତୀୟ ଜାତୀୟ ପତାକା ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଏସିଆ କ୍ରୀଡ଼ା ନିମନ୍ତେ ଘୋଷିତ ଭାରତୀୟ ଦଳରେ ୬୫୫ଜଣ ଆଥଲେଟ୍‌ ଅଛନ୍ତି। ଏହି କ୍ରୀଡ଼ାବିତ୍‌ମାନେ ୪୧ଟି ବିଭାଗରେ ଭାରତକୁ ପ୍ରତିନିଧିତ୍ବ କରିବେ। ଏସୀୟ କ୍ରୀଡ଼ା ଆସନ୍ତା ୨୩ରେ ଉଦ୍‌ଘାଟିତ ହେବାକୁ ଥିବା ବେଳେ କ୍ରିକେଟ୍‌, ଫୁଟବଲ, ଭଲିବଲ ପରି କ୍ରୀଡ଼ା ବିଭାଗର ଯୋଗ୍ୟତାଅର୍ଜନ ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories