www.samajalive.in
Saturday, December 13, 2025
14.1 C
Bhubaneswar

ମରାମତି ହେବ ୧୦୦ ନଦୀ ବନ୍ଧ : ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ଯୋଗୁଁ ନଦୀରେ ବୁଡ଼ି ଅନେକ ଜୀବନ ଯାଉଛି। ଏହି ଘଟଣାକୁ ଜଳସମ୍ପଦ ବିଭାଗ ଗୁରୁତ୍ବର ସହ ଗ୍ରହଣ କରିଛି।
ଆଗାମୀ ଦିନରେ ରାଜ୍ୟର ୧୦୦ ନଦୀବନ୍ଧ ମରାମତି କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବା ବେଳେ ୭୦ରୁ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳିରେ ୩ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ସ୍ଥିତି ସ୍ୱାଭାବିକ ରହିଛି। ଆସନ୍ତାକାଲି ଉପର ଓ ତଳମୁଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାରରେ ଏବେ ୬୨୮ ଫୁଟ ପାଣି ଅଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ହୀରାକୁଦ ଡ୍ୟାମ୍‌କୁ ପ୍ରବଳ ପାଣି ଆସିଥିଲା। ଜଳ ଭଣ୍ଡାରରେ ଜଳ ସ୍ତର ବଢ଼ିଥିବାରୁ ଫାଟକ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଯାହାଫଳରେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ଉପୁଜିଥିଲା।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories