www.samajalive.in
Thursday, December 11, 2025
27.1 C
Bhubaneswar

ଗୋପବନ୍ଧୁ ଭବନରେ ନୂଆଁଖାଇ ପାଳିତ

କଟକ : ବକ୍ସିବଜାର ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ବୁଧବାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ଲୋକପ୍ରତିନିଧିଙ୍କ ସହିତ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇ ନୂଆଖାଇ କୃତଜ୍ଞତା ଅର୍ପଣ କରିବା ଓ ଆତ୍ମୀୟତା ଓ ଭାଇଚାରର ପର୍ବ ବୋଲି କହିଥିଲେ।
ଏହି ପର୍ବ ଆଜି ଗଣପର୍ବର ମାନ୍ୟତା ଲାଭ କରିଛି। ନିର୍ଦ୍ଦିଷ୍ଟ ଭୂଖଣ୍ଡ ଭିତରେ ଆବଦ୍ଧ ହୋଇ ରହିନାହିଁ ବୋଲି ମତବ୍ୟକ୍ତ କରିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଡ. ପ୍ରଭାସଚନ୍ଦ୍ର ଆଚାର୍ଯ୍ୟ, ବିଧାୟିକା ସୁନନ୍ଦା ଦାସ, ବିଧାୟକ ମହମ୍ମଦ ମୋକିମ, ବିଧାୟକ ଶଶିଭୂଷଣ ଦାସ, ‘ସମାଜ’ ସମ୍ପାଦକ ଡ. ପ୍ରମୋଦକୁମାର ମହାପାତ୍ର, ଜିଲାପାଳ ଡ. ଭବାନୀଶଙ୍କର ଚୟନୀ, ମେୟର ସୁବାସ ସିଂହ, ରାଜ୍ୟ ସୂଚନା କମିସନର ସୁଶାନ୍ତକୁମାର ମହାନ୍ତି, ‘ସମାଜ’ର ପୂର୍ବତନ ସମ୍ପାଦକ କାନନ ବିହାରୀ ଦାଶ, ଏସସିବି ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଡା. ପ୍ରସେନ୍ନଜିତ ମହାନ୍ତି, ଡା. ଶ୍ୟାମା କାନୁନଗୋ, ଡା. ଜୟନ୍ତ ପଣ୍ଡା, ଡା. ଚନ୍ଦ୍ରକାନ୍ତ ମିଶ୍ର, ଡା. ସୁଶୀଲ ଗିରି, ଡା. ସୁରେନ୍ଦ୍ର ସେନାପତି, ଡା. ଶକ୍ତିପ୍ରସାଦ ଦାସ, ଡା. ଶୁଭଲକ୍ଷ୍ମୀ ନାୟକ, ଡା. ବିଶ୍ୱଜିତ ଦାସ, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ଆଇନଜୀବୀ ଦେବସ୍ନାନ ଦାସ, ନିଶିକାନ୍ତ ମିଶ୍ର, ଆଇନଜୀବୀ ଇଂ ଆକାଶ ଭୂୟାଁ , ସାହିତ୍ୟିକ ଇଂ ପ୍ରଭାକର ସ୍ୱାଇଁ, ବରି​‌ଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଡ. ସତ୍ୟ ରାୟ, ସୁଲୋଚନା ଦାସ, ଭାରତ ମସଲାର ପରିଚାଳନା ନିର୍ଦେଶକ ସୁଶାନ୍ତକୁମାର ପଣ୍ଡା, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ ଓ ସଂଗଠକ ଯୋଗଦେଇଥିଲେ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories