www.samajalive.in
Tuesday, December 9, 2025
16.1 C
Bhubaneswar

ସକାଳୁ ଖାଲି ପାଦରେ ଘାସରେ ଚାଲନ୍ତୁ : ମିଳିବ ଏହିସବୁ ଲାଭ

ନିଜକୁ ସୁସ୍ଥ ରଖିବା ପାଇଁ ଲୋକେ ଅନେକ ଉପାୟ ଆପଣାଇ ଥାଆନ୍ତି। କେହି ପ୍ରାକୃତିକ ଉପାୟରେ ଶରୀରକୁ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତି ତ ଆଉ କିଏ କୃତ୍ରିମ ଉପାୟରେ। ହେଲେ ଖୁବ୍ କମ୍ ଲୋକେ ଏବିଷୟରେ ଜାଣିଥିବେ ଯେ ସକାଳୁ ଖାଲି ପାଦରେ ଘାସରେ ଚାଲିବା ସ୍ବାସ୍ଥ୍ୟ ପାଇଁ ବହୁତ ଉପକରୀ ହୋଇଥାଏ। ବିଶେଷ କରି ଶୀତଦିନେ ସକାଳୁ ଖାଲି ପାଦରେ ଯେଉଁମାନେ ସବୁଜ ଘାସ ଉପରେ ଚାଲନ୍ତି ସେମାନେ ଅନ୍ୟମାନଙ୍କଠାରୁ ଅଧିକ ସୁସ୍ଥ ରହିଥାଆନ୍ତି। ତେବେ ଚାଲନ୍ତୁ ଜାଣିବା ଶୀତଦିନେ ସକାଳୁ ଖାଲି ପାଦରେ ଘାସରେ ଚାଲିବା ଦ୍ବାରା ଆମର କି ଉପକାର ହୋଇଥାଏ-

-ଶୀତଦିନେ ସକାଳେ ଖାଲି ପାଦରେ ଘାସ ଉପରେ ଚାଲିବା ଦ୍ବାରା ଶରୀରର ତାପମାତ୍ରା ନିୟନ୍ତ୍ରିତ ହୋଇଥାଏ। ଏହାଦ୍ୱାରା ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟା ସହଜରେ ଦୂରେଇ ଯାଇଥାଏ।

- Advertisement -

-ଖାଲି ପାଦରେ ଘାସରେ ଚାଲିଲେ ଏହା ଆକ୍ୟୁପ୍ରେସର ଭଳି କାମ ଦେଇଥାଏ। ଏହାଦ୍ବାରା ରକ୍ତ ସଞ୍ଚାଳନ ଠିକ୍ ହେବା ସହ ହୃଦ୍ଘାତ ହେବାର ଆଶଙ୍କା ମଧ୍ୟ କମ୍ ଥାଏ।

-ଏହାଦ୍ୱାରା ମାଂସପେଶୀ ସକ୍ରିୟ ହେବା ସହ ଏଥିସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।

-ଯେଉଁମାନେ ନିୟମିତ ଖାଲି ପାଦରେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନଙ୍କ ନିକଟରେ ଚିନ୍ତା, ନିଦ୍ରାହୀନତା, ଆଣ୍ଠୁ-ଗଣ୍ଠି ବାତ, ଆଜ୍ମା ଓ ଅଷ୍ଟିଓପୋରୋସିସ୍ ଭଳି ସମସ୍ୟା ଦେଖାଦେଇ ନ ଥାଏ।

-ଘାସ ଉପରେ ଚାଲିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories