ପାନାଜି: ଗୁରୁତର ଅସୁସ୍ଥ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଇସ୍ତଫା ଦେବାକୁ ଚାହୁଁଛନ୍ତି। କିନ୍ତୁ ବିଜେପି ହାଇକମାଣ୍ଡ ତାଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ଦେଉ ନାହାନ୍ତି। ଗୋଆ ଫରୱାର୍ଡ ପାର୍ଟି ମୁଖ୍ୟ ତଥା କୃଷିମନ୍ତ୍ରୀ ବିଜୟ ସରଦେଶାଇ ଏହି ସୂଚନା ଦେଇଛନ୍ତି।
ସରଦେଶାଇଙ୍କ ସୂଚନା ଅନୁଯାୟୀ, ଗତ ଗଣେଶ ପୂଜା ବେଳେ ଡାକ୍ତରଖାନାରେ ଥିବା ବେଳେ ପାରିକର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ସମେତ ତାଙ୍କ ପାଖରେ ଥିବା ବିଭାଗକୁ ଅନ୍ୟ ମନ୍ତ୍ରୀଙ୍କୁ ବାଣ୍ଟି ଦେବାକୁ ଚାହୁଁଥିଲେ। କିନ୍ତୁ ବିଜେପି ହାଇକମାଣ୍ଡ ତାଙ୍କୁ ସେଥିପାଇଁ ଅନୁମତି ଦେଇ ନଥିଲେ। ତେଣୁ ପାରିକର ନିରୂପାୟ ହୋଇ ରହିଥିଲେ।ପାରିକରଙ୍କ ଅସୁସ୍ଥତା ସରକାରୀ କଳ ଓ ପ୍ରଶାସନକୁ ପ୍ରଭାବିତ କରୁଥିବା ରାଜସ୍ୱ ମନ୍ତ୍ରୀ ତଥା ସ୍ୱାଧୀନ ବିଧାୟକ ରୋହନ ଖାଉନ୍ତେ କହିଛନ୍ତି।
ପାରିକରଙ୍କୁ ଇସ୍ତଫା ଦେବାରୁ ନିବୃତ୍ତ କରୁଛନ୍ତି ହାଇକମାଣ୍ଡ
Popular Categories



