www.samajalive.in
Sunday, December 14, 2025
15.1 C
Bhubaneswar

ଷ୍ଟାଚ୍ୟୁ ଅଫ୍‍ ୟୁନିଟିଠାରୁ ବଡ଼ ହେବ ଆନ୍ଧ୍ର ବିଧାନସୌଧ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ବିଧାନସୌଧ ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ଠାରୁ ଉଚ୍ଚା ହେବ। ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ପୌର ପ୍ରଶାସନ ମନ୍ତ୍ରୀ ପି ନାରାୟଣା ସୂଚନା ଦେଇଛନ୍ତି। ‘ଷ୍ଟାଚ୍ୟୁ ଅଫ୍‍ ୟୁନିଟି’ର ଉଚ୍ଚତା ୧୮୨ ମିଟର ଥିବା ବେଳେ ଆନ୍ଧ୍ର ବିଧାନସୌଧର ଉଚ୍ଚତା ତା’ଠାରୁ ୬୮ ମିଟର ଅଧିକ ହେବ। ସାମାନ୍ୟ ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ର ଏନ୍‍ ଚନ୍ଦ୍ରବାବୁ ନାଇଡ଼ୁ ସୌଧର ବ୍ଳୁପ୍ରିଣ୍ଟକୁ ଚୂଡ଼ାନ୍ତ କରିଛନ୍ତି। ନିର୍ମାଣକାରୀ ସଂସ୍ଥା ୟୁନାଇଟେଡ୍‍ କିଙ୍ଗଡମ୍‍ର ନର୍ମା ଫଷ୍ଟର ଖୁବ୍‍ ଶୀଘ୍ର ଏହି ନକ୍ସାକୁ ସରକାରଙ୍କ ଆଗରେ ଉପସ୍ଥାପନ କରିବ। ୨୫୦ ମିଟର ବିଶିଷ୍ଟ ଏହି ସୌଧରେ ତିନି ମହଲା ଓ ଏକ ଟାୱାର ରହିବ। ଦୁଇ ବର୍ଷ ମଧ୍ୟରେ ସମାପ୍ତ ହେବାକୁ ଥିବା ଏହି ସୌଧର ଡିଜାଇନ୍‍ ଲିଲି ଫୁଲ ପରି କରାଯାଇଛି। ସେଥିରେ ଦୁଇଟି ଗ୍ୟାଲେରୀ ରହିବ। ୮୦ ମିଟର ବିଶିଷ୍ଟ ଗ୍ୟାଲେରିରେ ୩୦୦ ଜଣଙ୍କ ବସିବା ଭଳି ସୁବିଧା କରାଯିବ ଓ ୨୫୦ ମିଟର ଗ୍ୟାଲେରିରେ ୨୦ ଜଣଙ୍କ ବସିବା ଭଳି ସୁବିଧା ସହିତ ଓ ଅମରାବତୀ ସହରର ଦୃଶ୍ୟପଟ୍ଟ ରହିବ। ସୌଧ ସମ୍ପୂର୍ଣ୍ଣ ରୂପେ ଭୂକମ୍ପ ଓ ବାତ୍ୟା ନିରୋଧୀ ରହିବ।
ବିଶ୍ୱର ସର୍ବବୃହତ୍ତମ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍‍ ୟୁନିଟି ଲୋକାର୍ପିତ ହେବା ପରେ ୨୦୧ ମିଟର ଉଚ୍ଚତା ବିଶିଷ୍ଟ ଶ୍ରୀରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଥିଲେ। କର୍ଣ୍ଣାଟକ ସରକାର ମଧ୍ୟ ମଦର କାବେରୀଙ୍କ ୧୨୫ ଫୁଟ୍‍ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories