www.samajalive.in
Sunday, December 14, 2025
26.1 C
Bhubaneswar

ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ

ତିଗିରିଆ : ତିଗିରିଆ ବ୍ଲକ ଅନ୍ତର୍ଗତ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମନୋରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏହି କେନ୍ଦ୍ର ଅଧୀନସ୍ଥ ୪ ଗୋଟି ପିଏଚସି, ୨ ଗୋଟି ସିଏଚସି, ୭ ଗୋଟି ଏଚ୍ ଡବ୍ଲ୍ୟୁ ସି ଓ ୧୩ ଗୋଟି ଉପକେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକର ସମସ୍ତ ଗ୍ରାମ ଗୁଡିକର ରୋଗୀମାନେ କିପରି ସୁରକ୍ଷିତ ଭାବରେ ଚିହ୍ନଟ ହୋଇ ବ୍ଲକର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ କିଭଳି ସରକାରଙ୍କ ନିଃଶୁଳ୍କ ସେବା ପାଇପାରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା ଓ ଆୟୁଷ୍ମାନ ଭବ ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟକ୍ରମ ଅଣସଂକ୍ରାମକ ରୋଗ, ଯକ୍ଷ୍ମା, କୁଷ୍ଠ, ମା ଓ ଶିଶୁର ସୁରକ୍ଷା ଓ ଅଙ୍ଗଦାନ କରିବା ପରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜନସ୍ବାସ୍ଥ୍ୟ ଅଧିକାରୀ ବିଦ୍ୟୁତ୍‌ପ୍ରଭା ନନ୍ଦ, ସ୍ୱାସ୍ଥ୍ୟ ପରିଦର୍ଶକ ତ୍ରିଲୋଚନ ବାରିକ, ଶ୍ରୀକାନ୍ତ ମହାପାତ୍ର, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ରଶ୍ମିରଞ୍ଜନ ଜେନା, ପରିସଂଖ୍ୟାନ ସହାୟକ ମନମୋହନ ଦାଶ, ସଞ୍ଜୁବାଳା ସାହୁ, ଅଶାନ୍ତି ଦେବୀ, ଡମ୍ବରୁଧର ବେହେରା ପ୍ରମୁଖଙ୍କ ସହିତ କାର୍ଯ୍ୟରତ ସମସ୍ତ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories