www.samajalive.in
Sunday, December 14, 2025
26.1 C
Bhubaneswar

ବନ୍ୟାଜଳ ହ୍ରାସ ହେଲେ ମଧ୍ୟ ପୁରୁଣା କଟକ-ସମ୍ବଲପୁର ରାସ୍ତା ନିଧିପୁର ଗଡାରେ ୨ଫୁଟର ବନ୍ୟାଜଳ

ଗୁରୁଡିଝାଟିଆ : ମହାନଦୀରେ ବନ୍ୟାଜଳ ହ୍ରାସ ପାଇଛି । ହେଲେ ମହାନଦୀର ଉପନଦୀ ସାପୁଆରୁ ବନ୍ୟାଜଳ ରମ୍ପାଘାଇ ଦେଇ ଏବେବି ପ୍ରବାହିତ ହେଉଥିବାରୁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡାରେ ୨ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ଏହା ଫଳରେ ରବିବାର ଠାରୁ ଆଜି ପର୍ଯ୍ୟନ୍ତ ଗମନାଗମନ ବନ୍ଦ ରହିଛି । କୌଣସି ୨ଚକିଆ ବା ୪ ଚକିଆ ଗାଡି ରାସ୍ତାଉପରେ ପ୍ରବାହିତ ବନ୍ୟାଜଳ ଯୋଗୁଁ ଯାଇପାରୁନାହାନ୍ତି । ବନ୍ୟାଜଳ ପ୍ରବାହିତ ହେଉଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇଛି। ଯଦିଓ ରବିବାର ସାଢେ ୩ଫୁଟ ବନ୍ୟାଜଳ ପ୍ରବାହିତ ହୋଇଥିଲା ଏହା କମି ୨ ଫୁଟରେ ପହଞ୍ଚିଛି। ତେଣୁ ଗମନା ଗମନ ସ୍ୱଭାବିକ ହୋଇପାରିନାହିଁ । ବନ୍ୟାଜଳ ଚାଷକ୍ଷେତରେ ପଶିଥିବାରୁ ଥୋର ଧାନ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ବିଶେଷତଃ ଜନସେଚନ ବିଭାଗର ଅବହେଳା ପାଇଁ ଏ ଅବସ୍ଥା ଦେଖାଦେଇଛି । ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ବେ ଗତ ବନ୍ୟା ପରେ ଘାଇ ମୁକୁଳା ପଡିରହିଛି । ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories