ଚୌଦ୍ୱାର : ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘର ବୈଠକ କଳିଙ୍ଗଛକସ୍ଥିତ ତ୍ରିନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି ।ସଭାପତି ଭାଗିରଥୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ସ୍ୱସ୍ଥ୍ୟ ଭତ୍ତା ପ୍ରଦାନ, ଅତିଥି ଶିକ୍ଷକ ମାନଙ୍କୁ ବର୍ଦ୍ଧିତ ଭତ୍ତା, ଅଧିକ ଅତିଥି ଶିକ୍ଷକ ନିୟୋଜନ, ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ପରିଚାଳନା ବ୍ୟବସ୍ଥା କରିବା ଆଦି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥି ସହିତ ସଂଘର ପଞ୍ଜିକରଣ, ଶିକ୍ଷକ ଭବନର ବିଦ୍ୟୁତୀକରଣ ଓ ଶୌଚାଳୟ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମ୍ପାଦକ ସୁକାନ୍ତ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ସହ ସମ୍ପାଦକ ଜୟକୃଷ୍ଣ ସ୍ୱାଇଁ ବିବରଣୀ ପାଠ କରିଥିଲେ। ବରିଷ୍ଠ ଶିକ୍ଷାବିତ୍ ରବୀନ୍ଦନାଥ ନାୟକ, କିଶୋର କୁମାର ମହାନ୍ତି, ପବିତ୍ର ମୋହନ ଜେନା, ଶିବ ପ୍ରସାଦ ପତି, ପ୍ରମୋଦ କୁମାର ନାୟକ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Popular Categories



