www.samajalive.in
Friday, December 12, 2025
23.1 C
Bhubaneswar

ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ରେଙ୍ଗାଲିକ୍ୟାମ୍ପ – ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ରେଙ୍ଗାଲିକ୍ୟାମ୍ପରେ ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର । ମହିଳା ଜଣକ ହେଉଛନ୍ତି ରେଙ୍ଗାଲିପାଲି ର ଉତ୍ତମ ପୋଢ଼ ଙ୍କ ସ୍ତ୍ରୀ ମାମି ପୋଢ଼। ମୃତକଙ୍କ ବୟସ ୪୦ ବର୍ଷ।ସେ ୧୯୯୯ ମସିହା ରେ ବିବାହ କରିଥିଲେ । ଗତ ୧୦ ବର୍ଷ ହେଲା ସ୍ଵାମୀଙ୍କ ସହ ରହୁ ନଥିଲେ ।

ପତ୍ନୀଙ୍କର ସମସ୍ତ ଭରଣ ପୋଷଣ ସ୍ୱାମୀ ଉତ୍ତମ ପୋଢ କରୁଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛନ୍ତି। ଉତ୍ତମ ରେଙ୍ଗାଲିକ୍ୟାମ୍ପ ଛକ ନିକଟରେ କିଛି ଦିନ ପୂର୍ବେ ଏକ ଆଜବେଷ୍ଟସ ଘର ତିଆରି କରିଥିଲେ । ମୃତକ ମାମୀ କିଛି ଦିନ ହେଲା ଏଠାରେ ଏକୁଟିଆ ରହୁଥିଲେ । ତାଙ୍କ ସ୍ୱାମୀ ନିୟମିତ କଲ୍‌ କରୁଥିଲେ । ମାତ୍ର ୧୩ ତାରିଖରେ ସେ କଲ୍‌ ଉଠାଇ ନଥିଲେ । ଏହାର କିଛି ଦିନ ପରେ ସ୍ୱାମୀ ସେ ଘର ନିକଟକୁ ଯାଇଥିବା ବେଳେ ସେଠାରୁ ଦୁର୍ଗନ୍ଧ ବାହାରୁ ଥିଲା । ସେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ ସେଠାରେ ପହଞ୍ଚି ସାଇଣ୍ଟିଫିକ୍‌ ଦଳର ଉପସ୍ଥିତିରେ ତଦନ୍ତ କରିବା ସହ ଶବକୁ ଜବତ କରିଥିଲା। ସେ ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିବା ଆଶଙ୍କା କରାଯାଉଛି । ତେବେ ପୁଲିସ ତଦନ୍ତ ପରେ ଘଟଣାର ସତ୍ୟସତ୍ୟ ଜଣା ପଡିବ ।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories