www.samajalive.in
Sunday, December 14, 2025
14.1 C
Bhubaneswar

ତିଗିରିଆରେ ଭୟଙ୍କର ଦୁର୍ଘଟଣା, ୪ ମୃତ ଓ ଜଣେ ଗୁରୁତର

ତିଗିରିଆ -ତିଗିରିଆ ଥାନା ଅନ୍ତର୍ଗତ ନୂଆ ସଡକ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୁଇଫ୍ଟ କାର ଓ ଆଇଚର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।  ଜଣକୁ ଗୁରୁତର ଅବସ୍ଥାରେ କଟକ ବଡଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି l

ସୋମବାର ଅପରାହ୍ନ ପ୍ରାୟ ୩ ଟା ସମୟରେ ୬୫ନଂ ରାଜ୍ୟ ରାଜପଥର ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ନୂଆସଡକ ଛକରେ ଆଇଚର ଟ୍ରକ ଓ ସୁଇଫ୍ଟ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ଆଠଗଡ଼ ପଟରୁ ତିଗିରିଆ ଯାଉଥିବା ବେଳେ ଟ୍ରକଟି ଆଠଗଡ଼ ପଟକୁ ଯାଉଥିଲା | ନୂଆସଡ଼କ ଛକ ବୁଲାଣିରେ ଉଭୟ ଗାଡ଼ି ଧକ୍କା ହୋଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ ସୂଚନା ଦେଇଛନ୍ତି l ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେମାନେ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ |

- Advertisement -

ଗ୍ୟାସ କଟର ସାହାଯ୍ୟରେ ଗାଡିକୁ କଟାଯାଇ ସେମାନଙ୍କୁ ବାହାର କରାଯାଇଥିଲା। ଗୁରୁତର ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅଗ୍ନିଶମ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ମଧ୍ୟ ଜଣଙ୍କ ମୃତ୍ୟୁ ହୋଇଥିଲା |

ତେବେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଏହି ଦୁର୍ଘଟଣାର ମୃତକମାନେ ହେଲେ ତିଗିରିଆ ଥାନା ଅନ୍ତର୍ଗତ ବିନ୍ଧାଣିମା ଗ୍ରାମର ଚନ୍ଦନ ଖଟୁଆ(୨୮) ଓ ସୁବାଷ ବେହେରା(୩୬), ବାଲିପୁଟ ପଞ୍ଚାୟତ ବାଣେଶ୍ଵରପଡ଼ା ଗ୍ରାମର ଆନନ୍ଦ ଚରଣ ବେହେରା (୩୯), ନୂଆପାଟଣାର ସିଲୁ ପୁଷ୍ଟି (୨୭) ଏବଂ ଗୁରୁତର ଆହତ ଜଣଙ୍କ ହେଲେ ନୂଆପାଟଣା ସୁରେନ୍ଦ୍ରପାଟଣା ଗ୍ରାମର ଦୀପକ ସାହୁ (୩୫)। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି l ଘଟଣା ସ୍ଥଳରେ ତିଗିରିଆ ପୋଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ରାସ୍ତା ସଫା କରି ଯାତାୟତ ସ୍ୱାଭାବିକ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ମୃତକମାନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ସୂଚନା ଦେଇଛନ୍ତି l

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories