www.samajalive.in
Saturday, December 13, 2025
26.1 C
Bhubaneswar

ଏସିଆ କପ୍‌-୨୦୨୩ ଟାଇଟଲ୍‌ ହାତେଇଲା ଭାରତ

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି ବିନା ୱିକେଟରେ ମ୍ୟାଚ୍‌ ଜିତିଛି ଭାରତୀୟ ଦଳ। ମାତ୍ର ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌ ହେବା ପରେ ଭାରତ ପାଇଁ ୫୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା, ଯାହାକୁ ମାତ୍ର ୬.୧ ଓଭରରେ ହାସଲ କରିନେଇଥିଲା ଭାରତ। ଭାରତ ପକ୍ଷରୁ ଶୁବମନ ଗିଲ ୨୭ ରନ ଓ ଈଶାନ କିଷନ ୨୩ ରନ କରିଥିଲେ। ତେବେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ହୋଇଥିଲା ଶ୍ରୀଲଙ୍କା ଦଳ। ୨୧ ରନ ଦେଇ ୬ଟି ଓ୍ବିକେଟ ନେଇ ଆଜି ମ୍ୟାଚ୍‌ର ହିରୋ ସାଜିଥିଲେ ସିରାଜ।

ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଜସପ୍ରୀତ ବୁମରାଙ୍କ ଘାତକ ବୋଲିଂକୁ ସାମ୍ନା କରି ନ ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories