ଲାଠିକଟା: ସୁନ୍ଦରଗଡ଼ ଜିଲା ଲାଠିକଟା ବ୍ଲକ ଅଞ୍ଚଳର ଗର୍ଜନ ପଞ୍ଚାୟତ ଗାରୱାଲ ଗାଁରେ ବଜ୍ରପାତରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ସୂଚନା ମୁତାବକ, ଗାଁ ଖେଳ ପଡ଼ିଆରେ ରବିବାର ଅପରାହ୍ନରେ ଫୁଟବଲ ମ୍ୟାଚ୍ ଚାଲିଥିଲା। ତିନିଜଣ ଯୁବକ ଖେଳ ଦେଖୁଥିଲେ। ବର୍ଷା ଯୋଗୁଁ ଖେଳ ବନ୍ଦ ହୋଇଯିବାରୁ ଏମାନେ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ମୋବାଇଲ ଦେଖୁଥିବା ବେଳେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତିନିଜଣଙ୍କ ମୃତ୍ୟୁ ଘଟିଛି।
Popular Categories



