www.samajalive.in
Saturday, December 13, 2025
26.1 C
Bhubaneswar

ଶିକ୍ଷକ ଆନ୍ଦୋଳନ – ବୌଦ୍ଧ ଜିଲ୍ଲାରେ ୨୦୨ଟି ବିଦ୍ୟାଳୟରେ ତାଲା

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଶିକ୍ଷକ ଆନ୍ଦୋଳନ ଉଗ୍ର ହେଉଥିବା ବେଳେ ଶିକ୍ଷକ ଆନ୍ଦୋଳନ ଯୋଗୁଁ ଜିଲ୍ଲାରେ ୨୦୨ଟି ସ୍କୁଲରେ ତାଲା ଝୁଲୁଥିବା ଜଣାପଡ଼ିଛି। ଶିକ୍ଷକ ମାନଙ୍କ ତିନି ଦଫା ଦାବି ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ଆନ୍ଦୋଳନରେ ବୌଦ୍ଧଜିଲ୍ଲାର ବିଭିନ୍ନ ବର୍ଗର ପ୍ରାୟ ପନ୍ଦର ଶହ ଶିକ୍ଷକ ଶିକ୍ଷୟତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହି ଆନ୍ଦୋଳନ ଫଳରେ ଜିଲ୍ଲାରେ ଥିବା ୬୪୦ଟି ବିଦ୍ୟାଳୟ ମଧ୍ୟରୁ ୨୦୨ଟି ବିଦ୍ୟାଳୟରେ ତାଲା ଝୁଲୁଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାର ହରଭଙ୍ଗା ବ୍ଲକରେ ୧୯୩ଟି ବିଦ୍ୟାଳୟରୁ ୮୧ ଟି ବିଦ୍ୟାଳୟରେ ତାଲା ଝୁଲୁଥିବା ବେଳେ କଣ୍ଟାମାଳ ବ୍ଲକରେ ୨୨୧ଟି ବିଦ୍ୟାଳୟରୁ ୫୭ଟି ବିଦ୍ୟାଳୟରେ ତାଲା ପଡ଼ିଛି ଏବଂ ବୌଦ୍ଧ ବ୍ଲକରେ ୨୨୬ ଟି ବିଦ୍ୟାଳୟରୁ ୬୪ଟି ବିଦ୍ୟାଳୟରେ ତାଲା ପଡ଼ିଥିବା ଜଣାପଡ଼ିଛି। ଏହି ସବୁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି। କଣ୍ଟାମାଳ ବ୍ଲକରେ ଥିବା ୮୩୪ ଶିକ୍ଷକଙ୍କ ମଧ୍ୟରୁ ୪୦୦ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ବୌଦ୍ଧ ବ୍ଲକରେ ୭୬୦ ଶିକ୍ଷକଙ୍କ ମଧ୍ୟରୁ ୪୬୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories