ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଓଡ଼ିଆ ବିଭାଗରେ ଆଜି ଅପରାହ୍ନରେ ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଂସ୍କୃତି ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ ସ୍ୱାଇଁ, ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ, ଡକ୍ଟର ସମୀର ଭୋଇ, ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ମଞ୍ଚlସୀନ ଥିଲେ। ସ୍ବତନ୍ତ୍ର ବକ୍ତୃତାର ଶୀର୍ଷକ ‘ରସତତ୍ତ୍ୱର ତIତ୍ତ୍ୱିକ ଦିଗ’ ଉପରେ ନିଜ ନିଜ ମତ ଦେଇଥିଲେ। ଏଥିରେ ଛାତ୍ର ଛାତ୍ରୀ, ଶିକ୍ଷକ, ଗବେଷକ ଗବେଷିକା ଉପସ୍ଥିତ ଥିଲେ।
Popular Categories



