www.samajalive.in
Saturday, December 13, 2025
26.1 C
Bhubaneswar

ହଷ୍ଟେଲରୁ ଛାତ୍ର ନିଖୋଜ

ମୋହନା : ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ବିିରିକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରୁ ଜଣେ ୫ମ ଶ୍ରେଣୀ ଛାତ୍ର ନିଖୋଜ ହୋଇଥିବା ଜଣାପଡିଛି। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ନିଖୋଜ ଛାତ୍ର ଜଣକ ଗୁରୁଝୁଳି ପଞ୍ଚାୟତ କୁରୁମା ଗାଁର ଚିତ୍ରସେନ ମାଝୀଙ୍କ ପୁଅ ଆମୋଦ ମାଝୀ। ସେ ୧୪ ତାରିଖରୁ ହଷ୍ଟେଲ ଛାଡି କେଉଁ ଆଡେ ଚାଲିଯାଇଥିବା ନେଇଁ ତାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଛାତ୍ର ଜଣକ ବ୍ରହ୍ମପୁରରେ ଥିବା ଅନୁମାନ କରାଯାଉଥିବା ଥାନା ଅଧିକାରୀ ମୁକେଶ ଲାକ୍ରା କହିଛନ୍ତି। ଅଭିଯୋଗ ଅନୁଯାୟୀ ଛାତ୍ର ଜଣକ ୧୪ ତାରିଖ ଭୋର ୫ଟାରେ ବ୍ରହ୍ମପୁର ଯିବେ ବୋଲି ନିଜର ସହପାଠୀଙ୍କୁ କହିଥିଲେ। ଏହା ପରେ ସହପାଠୀ ଜଣକ ବିଦ୍ୟାଳୟ କତୃପକ୍ଷ ଓ ପରିବାର ଲୋକଙ୍କୁ ୧୬ ତାରିଖରେ ଜଣାଇଥିଲେ। ଏହା ପରଠାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ଗୁରୁବାର ଏନେଇ ଛାତ୍ରଙ୍କ ବାପା ଚିତ୍ରସେନ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ଆମୋଦ ଏଭଳି ଅନେକ ଥର ହଷ୍ଟେଲ ଛାଡି ଘରକୁ ଯିବା ସହ ବାହାରକୁ ମଧ୍ୟ ଯିବାର ପ୍ରଧାନ ଶିକ୍ଷକ କମଳ ଲୋଚନ ରାଇକା କହିଛନ୍ତି। ଏ ସମ୍ପର୍କରେ ମଧ୍ୟ ସେ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିବା କହିଛନ୍ତି। ଥାନା କେସ୍ ୪୭/୧୮ ରେ ମାମଲା ରୁଜୁ କରି ନିଖୋଜ ଛାତ୍ରଙ୍କ ଅନୁସନ୍ଧାନ କରାଯିବା ସହ ବ୍ରହ୍ମପୁରର ବିଭିନ୍ନ ହୋଟେଲରେ ଚଢାଉ ଚାଲିଥିବା ଥାନା ଅଧିକାରୀ ଲାକ୍ରା କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories