www.samajalive.in
Wednesday, December 10, 2025
14.1 C
Bhubaneswar

ଲଗାଣ ବର୍ଷାରେ ଘର ଭାଙ୍ଗି ମହିଳାଙ୍କ ମୃତ୍ୟୁ ଘଟଣା; ତଦନ୍ତ ପାଇଁ ପହଞ୍ଚିଲା ରାଜସ୍ୱ ବିଭାଗ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ହରେକୃଷ୍ଣପୁର ଗ୍ରାମରେ ମଙ୍ଗଳବାର ଲଗାଣ ବର୍ଷାରେ ଘର ଭାଙ୍ଗି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହାପରେ ଗୁରୁବାର ରାଜସ୍ୱ ବିଭାଗ ପକ୍ଷରୁ ନଙ୍ଗଳବେଡ଼ା ଆରଆଇ ସରୋଜ କୁମାର ସାହୁ ହରେକୃଷ୍ଣପୁର ଯାଇ କ୍ଷୟକ୍ଷତି ଆକଳନ କରିଥିବା ସୂଚନା ମିଳିଛି।।

ସୂଚନା ଯୋଗ୍ୟ ଯେ, ହରେକୃଷ୍ଣପୁର ଗ୍ରାମର ସ୍ବର୍ଗତ ଶ୍ୟାମ ପରାଭୋଇଙ୍କ ଝିଅ ବନିତା ପରାଭୋଇ ଘର ଭିତରେ ରୋଷେଇ କରୁଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ମାଟିକାନ୍ଥ ଛପର ଘରଟି ଭାଙ୍ଗି ଯାଇଥିଲା। ଫଳରେ ବନିତା ଚାପି ହୋଇ ବହୁ ସମୟ ରହିବା ପରେ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ ଡାକ୍ତରଖାନା ଓ ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରୁ ବିଶାଖାପାଟଣା ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ଶ୍ୟାମ ପରାଭୋଇ ହରେକୃଷ୍ଣପୁର ଗାଁର ମୂଳ ବାସିନ୍ଦା ହୋଇଥିବା ବେଳେ ଆଜିକୁ ୧୫ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ପରିବାର ଲୋକେ ପ୍ରଶାସନ ନିକଟରେ ବହୁ ବାର ନିବେଦନ କରିଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବାରୁ ଶ୍ୟାମଙ୍କ ସ୍ତ୍ରୀ ଭୂମିସୁତା ପରାଭୋଇ ପୁଅ ହରିବନ୍ଧୁ ପରାଭୋଇ, ଯୋଗୀ ପରାଭୋଇ, ବସନ୍ତ ପରାଭୋଇ, କୈଳାଶ ପରାଭୋଇ, ମଣ୍ଟୁ ପରାଭୋଇ ପ୍ରମୁଖ ଭଙ୍ଗା ଦଦରା ଘରେ ଦିନ କାଟୁଥିଲେ। ଲଗାଣ ବର୍ଷା ଯୋଗୁଁ ଘର ଭୁଶୁଡି ଝିଅ ବନିତାଙ୍କ ମୃତ୍ୟୁ ଘଟିଛି। ବନିତାଙ୍କୁ ଦୁଇବର୍ଷ ପୂର୍ବରୁ କେସିଙ୍ଗା ବ୍ଲକର ଲୋଇତରା ଗ୍ରାମର ପପୁ ପରାଭୋଇକୁ ବିବାହ ଦେଇଥିଲେ ଓ ତାଙ୍କର ଦେଢ ବର୍ଷର ଶିଶୁପୁତ୍ରଟିଏ ମଧ୍ୟ ରହିଛି।

- Advertisement -

ଅନ୍ୟ ପକ୍ଷରେ ଗତ ଜୁଲାଇ ମାସରେ ବନିତାଙ୍କ ବାପା ଶ୍ୟାମଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। କିଛିଦିନ ହେଲା ଝିଅ ଜ୍ୱାଇଁ ତାଙ୍କ ଦେଢ଼ ବର୍ଷର ଶିଶୁପୁତ୍ର ସହିତ ହରେକୃଷ୍ଣପୁର ଆସିଥିଲେ। ଝିଅ ରୋଷେଇ କରୁଥିବା ସମୟରେ ହଠାତ ଘରଟି ଭୁଶୁଡି ପଡିବାରୁ ଚାପି ହୋଇ ବନିତାଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମ ସଭା ଓ ପଞ୍ଚାୟତରେ ଗରିବ ଶ୍ୟାମ ଘର ପାଇଁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି କାଲି ଘର ମିଳିବ କହି ପ୍ରଶାସନର ଚରମ ଅବହେଳା ଯୋଗୁଁ ବର୍ଷ ବର୍ଷ ଧରି ଘର ଖଣ୍ଡିଏରୁ ବଞ୍ଚିତ ଥିବାରୁ ଆଜି ତାଙ୍କ ଝିଅଙ୍କ ଜୀବନ ଚାଲିଗଲା ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ଏଣୁ ଏହି ଗରିବ ପରିବାରଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଥିଲା। ଆଜି ଗଣମାଧ୍ୟମ ଖବର ପ୍ରକାଶ ଏହା ପରେ ଆଜି ରାଜସ୍ୱ ବିଭାଗ ପକ୍ଷରୁ ନଙ୍ଗଳବେଡ଼ା ଆରଆଇ ସରୋଜ କୁମାର ସାହୁ, ଛତ୍ରପୁର ସରପଞ୍ଚ ସୁଷମା ମାଝୀ ହରେକୃଷ୍ଣପୁର ଯାଇ କ୍ଷୟକ୍ଷତି ଆକଳନ କରିଥିବା ସୂଚନା ମିଳିଛି। ଏନେଇ ଲଙ୍ଗଳବେଡା ଆରଆଇ ସରୋଜ କୁମାର ସାହୁଙ୍କୁ ପଚାରିବାରୁ ହଁ ମୁଁ ଯାଇ ତଦନ୍ତ କରିଛି। ପ୍ରକୃତରେ ସେମାନେ ଅତି ଗରିବ। ତାଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ଆମ ବିଭାଗ ପକ୍ଷରୁ ଯାହା ସରକାରଙ୍କ ସୁବିଧା ଅଛି ଯୋଗାଇଦେବୁ ବୋଲି ପ୍ରକାଶ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories