www.samajalive.in
Saturday, December 13, 2025
26.1 C
Bhubaneswar

ପୁଣି ଗ୍ରାମକୁ ଫେରିଲା ଦାଦନ ଶ୍ରମିକ ମୃତଦେହ ; ଗାଁରେ ଶୋକାକୁଳ ପରିବେଶ

କଲମପୁର : ଥମୁନାହିଁ ଦାଦନ ମୃତ୍ୟୁ। ଦିନକୁ ଦିନ ଦାଦନ ମୃତ୍ୟୁ ଘଟଣା ବୃଦ୍ଧି ପାଉଛି। ଗତ ମଙ୍ଗଳବାର ଜଣେ ଦାଦନର ମୃତଦେହ ଗାଁକୁ ଫେରିଥିବା ବେଳେ ପୁଣି ବୁଧବାର ସକାଳେ ଅନ୍ୟ ଏକ ଦାଦନର ମୃତଦେହ ଗାଁକୁ ଫେରିଛି। କଲମପୁର ଥାନା ଅଧିନସ୍ଥ ଟେମରା ଗାଁ ଭିଟା ମାଟିକୁ ଫେରିଛି ଅନ୍ୟ ଏକ ଦାଦନ ଶ୍ରମିକର ମୃତଦେହ। ଶ୍ରମିକ ଜଣକ ତାମିଲନାଡୁର କୋଏମ୍ବଟୁର ଠାରେ କୌଣସି ଏକ କମ୍ପାନୀରେ ୱେଲଡର ଭାବେ ନିୟୋଜିତ ହୋଇ କାମ କରୁଥିଲେ।
ସୂଚନା ଅନୁସାରେ ଟେମରା ଗ୍ରାମର ସନ୍ତୋଷ ମାଝୀ ନାମକ ଯୁବକ ତାମଲିନାଡୁର କୋଏମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ କମ୍ପାନୀ ଦ୍ୱାରା ନିୟୋଜିତ ହୋଇ କୌଣସି ଏକ ଓଭରବ୍ରିଜ କାମରେ ଗତ ଶୁକ୍ରବାର ଦିନ ୱେଲଡିଙ୍ଗ କାମ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଭାରସାମ୍ୟ ହରାଇ ଛିଟିକି ପଡିବା ସହ ନିକଟରେ ସଂଯୋଗ ହୋଇଥିବା ବିଦ୍ୟୁତ୍ ତାରରେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ଏନେଇ ସୂଚନା ପାଇବା ପରେ ନିକଟରେ କାମ କରୁଥିବା ତାଙ୍କର ଜଣେ ସମ୍ପର୍କୀୟ ସେଠାରେ ପହଂଚିଥିଲେ। ଏହାର ପରବର୍ତି ସମୟରେ ଅନ୍ୟତ୍ର ଦାଦନ ଭାବେ ନିୟୋଜିତ ଥିବା ସନ୍ତୋଷଙ୍କ ସାନ ଭାଇ ମଧ୍ୟ ଚିକିତ୍ସା କେନ୍ଦ୍ରରେ ପହଂଚିଥିଲେ। ଉଭୟଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯିବା ପରେ ଏକ ଆମ୍ବୁଲେନ୍ସ ସହାୟତାରେ ଟେମରା ଗ୍ରାମକୁ ଅଣାଯାଇଥିଲା। ଶବ ପହଂଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନକୁ ଦାହ ସଂସ୍କାର ପାଇଁ ନିଆଯାଇଛି। ଏବେ ମୃତ ଶ୍ରମିକର ବୃଦ୍ଧ ପିତା ମାତାଙ୍କ ସମେତ ପତ୍ନୀ ପାର୍ବତୀ ଏବଂ ଦୁଇ ଶିଶୁ ଅସହାୟ ହେଇ ପଡିଛନ୍ତି।
କଲମପୁର ବ୍ଲକର ୫୫ ଖଣ୍ଡ ରାଜସ୍ୱ ଗ୍ରାମରୁ ୫ ହଜାରରୁ ଅଧିକ ଯୁବକ ଏବେ ମଧ୍ୟ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରେ ସଚେତନତା ଅଭାବ ଏବଂ ଶ୍ରମ ବିଭାଗର ମଧ୍ୟ ଆନ୍ତରିକତା ନଥିବାରୁ ଅନେକ ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଥିଲେ ମଧ୍ୟ ସେମାନଙ୍କ ପାଇଁ ଥିବା ସରକାରଙ୍କ କୌଣସି ସୁବିଧା ସୁଯୋଗ ଅଥବା ସହାୟତାରୁ ବଂଚିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories