www.samajalive.in
Sunday, December 7, 2025
18.1 C
Bhubaneswar

ଚା’ ପିଇଲେ ହେବେ ଦୀର୍ଘାୟୁ ! 

ସକାଳୁ ଚା’ ପିଇବା ଦ୍ୱାରା ସତେଜ ଲାଗିଥାଏ ଓ କାର୍ଯ୍ୟ କରିବାକୁ ଆଗ୍ରହ ହୋଇଥାଏ ବୋଲି ଅନେକ ଲୋକଙ୍କ ଧାରଣା। । କିଛି ଲୋକଙ୍କୁ ନାଲି ଚା’ , କିଛି ଲୋକଙ୍କୁ ଖିର ଚା’,ତ କିଛି ଲୋକଙ୍କୁ ଗ୍ରୀନ ଟି ପସନ୍ଦ। ନିତିଦିନ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ ଅଟେ। ଏହି କାରଣରୁ ଅଧିକାଂଶଙ୍କ ଘରେ ସକାଳ ଚା’ ପ୍ରସ୍ତୁତରୁ ହିଁ ଦିନଟି ଆରମ୍ଭ ହୋଇଥାଏ। ଓ ସନ୍ଧ୍ୟାରେ ମଧ୍ୟ ଚା’ପ୍ରସ୍ତୁତ ହୋଇଥାଏ।ସକାଳର ଚା’ରୁ ଅନେକଙ୍କ ନିଦ ମଧ୍ୟ ଭାଙ୍ଗିଥାଏ। ଏହାସହ ଯେଉଁମାନେ ଚା’ ପିଅନ୍ତି ସେମାନେ, ଯେଉଁମାନେ ଚା’ ନ ପିଅନ୍ତି ସେମାନଙ୍କ ତୁଳନାରେ ଦୀର୍ଘାୟୁ ହେବାର ସମ୍ଭାବନା ଅଧିକ ବୋଲି ଏକ ଅଧ୍ୟୟନରୁ ଜଣାପଡିଛି। ଜାପାନ ଓ ଅନ୍ୟ କେତେକ ସ୍ଥାନରେ ଗ୍ରୀନ ଟି ପିଇବାକୁ ଅଧିକାଂଶ ପସନ୍ଦ କରିଥାଆନ୍ତି। ଗତ କିଛି ଦିନ ତଳେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି।
ନିକଟରେ ହୋଇଥିବା ଅଧ୍ୟୟନ ଅନୁଯାୟୀ, ଦିନ ମଧ୍ୟରେ ଥରେ କିମ୍ବା ୨ଥର ଚା’ ପିଉଥିବା ବ୍ୟକ୍ତିଙ୍କ ଆୟୁଷ ଅଧିକ ହୋଇଥାଏ। ଅର୍ଥାତ ଆଦୌ ଚା’ ପିଉନଥିବା ବ୍ୟକ୍ତିଙ୍କ ଆୟୁଷ ଚା’ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ୯ ରୁ ୧୩ ପ୍ରତିଶତ ଆୟୁଷ କମ ହୋଇଥାଏ।
ମାତ୍ର ଦିନ ମଧ୍ୟରେ ଏକ କପ ଚା’ ପିଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସଠିକ ରହିଥାଏ। ଶରୀରକୁ ଏହା ସତେଜ ରଖିବା ସହ ଜଲଦି ଥକ୍କାପଣ ଅନୁଭବ ହୋଇନଥାଏ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories