www.samajalive.in
Sunday, December 14, 2025
26.1 C
Bhubaneswar

ଜାଣନ୍ତୁ, କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀକୁ କାହିଁକି ‘ବୈକୁଣ୍ଠ ଚତୁର୍ଦ୍ଦଶୀ’ କୁହାଯାଏ ?

ନଭେମ୍ବର ୨୨ ତାରିଖ ଗୁରୁବାର ହେଉଛି କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ । ଏହାକୁ ବୈକୁଣ୍ଠ ଚତୁର୍ଦଶୀ ନାମରେ ଜଣାଯାଏ । ଏହି ଶୁଭ ଦିନରେ ଭଗବାନ ଶିବ ଏବଂ ବିଷ୍ଣୁଙ୍କ ପୂଜା କରାଯାଏ । ଏହି ଦିନ ଭକ୍ତ ବ୍ରତ ରଖି ଭଗବାନ ବିଷ୍ଣୁ ଓ ଶିବଙ୍କ ଆରଧନା କରିଥାଆନ୍ତି । ଦେଶର ବିଭିନ୍ନ ସ୍ଥାନରେ ଏହି ତିଥିରେ ବିଶେଷ ପୂଜା-ଆରଧନା କରାଯାଉଛି ।

ବୈକୁଣ୍ଠ ଚତୁର୍ଦଶୀ କଥା:

- Advertisement -

ପ୍ରାଚୀନ ମତ ଅନୁସାରେ, ଏକଦା ବିଷ୍ଣୁ କାଶିରେ ଶିବ ଭଗବାନ ଉପରେ ଏକ ହଜାର ସ୍ବର୍ଣ୍ଣ କମଳ ପୁଷ୍ପ(ହଳଦିଆ ପଦ୍ମଫୁଲ) ଚଢାଇବାର ସଙ୍କଳ୍ପ କରିଥିଲେ । ଯେବେ ଏହି ସଙ୍କଳ୍ପ ପାଳନ କରିବାର ସମୟ ଆସିଲା, ସେହି ସମୟରେ ଭଗବାନ ଶିବ, ବିଷ୍ଣୁଙ୍କୁ ପରୀକ୍ଷା କରିବା ପାଇଁ ଗୋଟିଏ ସ୍ବର୍ଣ୍ଣ କମଳ ପୁଷ୍ପ କମ୍ କରି ଦେଇଥିଲେ । ପୁଷ୍ପ କମ୍ ହୋଇ ଯିବାରୁ ବିଷ୍ଣୁ ନିଜ ‘କମଲ ନୟନ’ ନାମକୁ ସ୍ମରଣ କରି ଭଗବାନ ଶିବଙ୍କ ନିକଟରେ ନିଜ ନେତ୍ର ସମର୍ପିତ କରି ଦେଇଥିଲେ । ବିଷ୍ଣୁଙ୍କ ଏଭଳି ଭକ୍ତିଭାବ ଦେଖି ଭଗବାନ ଶିବ ପ୍ରସନ୍ନ ହେବା ସହ ପ୍ରକଟ ହୋଇ କହିଥିଲେ ଯେ, କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀକୁ ‘ବୈକୁଣ୍ଠ ଚତୁର୍ଦ୍ଦଶୀ’ ନାମରେ ଜଣାଯିବ । ସେବେଠାରୁ ଏହି ଦିନଟିକୁ ‘ବୈକୁଣ୍ଠ ଚତୁର୍ଦ୍ଦଶୀ’ ନାମରେ ପାଳନ କରାଯିବା ସହ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଇଆସୁଛି ।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories