www.samajalive.in
Saturday, December 13, 2025
21.1 C
Bhubaneswar

ଯୌନ ନିର୍ଯାତନାରୁ ଶିଶୁଙ୍କୁ ସୁରକ୍ଷା ଆଇନ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବୌଦ୍ଧ: ବୌଦ୍ଧ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ ପକ୍ଷରୁ ମଙ୍ଗଳବାର ଦିନ ଆବାସିକ ବିଦ୍ୟାଳୟ ବରଗୋଛା ଠାରେ ପ୍ରଧାନ ଶିକ୍ଷକ , ଅଧିକ୍ଷକ , ସେବିକା, ମେଟରନ ମାନଙ୍କୁ ନେଇ ଶିଶୁ ମାନଙ୍କୁ ଯୌନ ନିର୍ଯାତନାରୁ ସୁରକ୍ଷା ଆଇନ ତଥା ଶିଶୁ ଅଧିକାରୀ ଓ ବେଟିବଚାଓ ବେଟି ପଢ଼ାଓ ଯୋଜନା ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷକ ଭାବେ ବରିଷ୍ଠ ଆଇନଜୀବୀ ସୋନପୁରର ଗୌରିଶ୍ୟାମ ପଣ୍ଡା ଯୋଗ ଦେଇ କିଶୋର ନ୍ୟାୟ ଅଧିନିୟମ, ଶିଶୁ ଅଧିକାର, ଯୌନ ଅପରାଧରୁ ଶିଶୁଙ୍କ ସାମାଜିକ ସୁରକ୍ଷା ଉପରେ ଥିବା ଆଇନର ଦିଗ ଉପରେ ଆଲୋକପାତ କରିଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ସୁରକ୍ଷା ପାଇ କମିଟି ଗଠନ କରି ଆବଶ୍ୟକ ପଦକ୍ଷେପ ନେବା ପାଇ କହିଥିଲେ। ଅନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କ ସମସ୍ୟାକୁ ଗୁରୁତର ଭାବେ ନେଇ ସମାଧାନକରିବା ପାଇ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତୀ ବେଉରା ଯୋଗଦେଇ ଅନୁସୁଚତି ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଅଧିକ୍ଷକ, ମେଟ୍ରନମାନଙ୍କୁ ବିଦ୍ୟାଳୟର ନିୟମାବଳି ଓ ଛାତ୍ର ଛାତ୍ରୀଙ୍କୁ ନିରାପତ୍ତା ନେଇ ପଦକ୍ଷେପ ନେବାକୁ କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ôଚ ମହାରଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନେଇ ଖୁସି ବ୍ୟକ୍ତ କରିଥିଲେ। ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ସୁରକ୍ଷା ଅଧିକାରୀ ସୁଶାନ୍ତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ହରଭଙ୍ଗା, ବୌଦ୍ଧ ବ୍ଳକର ୧୩ ଗୋଟି ଅନୁସୁଚିତ ଜାତି ଓ ଜନଜାତି ବିଦ୍ୟାଳୟ ଓ ଶିଶୁ ଯତ୍ନ ଅନୁଷ୍ଠାନର ୬୦ ଜଣ କର୍ମଚାରୀ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories