www.samajalive.in
Sunday, December 14, 2025
23.1 C
Bhubaneswar

ଶିକ୍ଷକ ସଂଘ ଆନ୍ଦୋଳନକୁ ପାଟଣା କଂଗ୍ରେସର ସମର୍ଥନ

ପାଟଣା: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶୁକ୍ରବାର ଠାରୁ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶିକ୍ଷକ ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି, ସାମାଜିକ ଗଣମାଧ୍ୟମ ଇଂ ବିନୋଦ ବିହାରୀ ନାଏକ ଯୋଗ ଦେଇ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଶିକ୍ଷକ ମାନେ ହେଉଛନ୍ତି ସମାଜ ସଂସ୍କାରକ, ସୁଧାରକ ଏବଂ ସମାଜ ଗଠନ କରିବାର ମୁଖ୍ୟ ପୁରୋଧା। ତାଙ୍କ ଦାବି ପ୍ରତି ରାଜ୍ୟ ସରକାର ବିଚାର କରିବାର ଆବଶ୍ୟକତା ରହିଛି। ଯାହା ଶିକ୍ଷକ ମାନେ ଦାବି କରୁଛନ୍ତି ତାହା ଯୁକ୍ତିଯୁକ୍ତ ଏବଂ ପାଇବାର ହକ୍ ଦାର ବୋଲି ଶ୍ରୀ ନାଏକ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଠିକା ନିଯୁକ୍ତି ବ୍ୟବସ୍ଥାକୁ ନିର୍ବାଚନ ପୂର୍ବରୁ ଉଚ୍ଛେଦ କରିଥିଲେ ହେଁ ୬ ବର୍ଷ ଠିକା ନିଯୁକ୍ତିରେ ଚାକିରୀ କରି ସାରିଥିବା ଶିକ୍ଷକଙ୍କ ମୂଳ ଚାକିରୀର ୬ ବର୍ଷକୁ ନିୟମିତ ଧରି ଛଅଟି ଜାତୀୟ ଇନକ୍ରିମେଣ୍ଟ ଦେଇ ଦରମା ନିର୍ଦ୍ଧାରଣ କରିବା, କେନ୍ଦ୍ର ରେ ତତ୍କାଳୀନ ବାଜପେୟୀ ସରକାର ୨୦୦୪ ମସିହାରୁ ସରକାରୀ କର୍ମଚାରୀ ମାନଙ୍କ ପ୍ରତି ଅନ୍ୟାୟ ଭାବେ ବନ୍ଦ କରିଥିବା ପୁରୁଣା ପେନସନକୁ ପୁଣି ଥରେ ଲାଗୁ କରିବା ଏବଂ ଗ୍ରେଡ଼ପେ ୨୨୦୦ ବଦଳ ରେ ୨୮୦୦ ଟଙ୍କା କରିବାକୁ ସେ ରାଜ୍ୟ ସରକାରଙ୍କ ନିକଟରେ ଆନ୍ଦୋଳନ ସ୍ଥଳରୁ ସେ ଦୃଢ଼ ଦାବି କରିଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଖୁବ ଶ୍ରିଘ୍ର ଗଣ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବେ ବୋଲି କହିଛନ୍ତି। ସେ ଏକଥା ମଧ୍ୟ କହିଛନ୍ତି ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ଉଭୟ ରାଜ୍ୟ ରେ ପୁରୁଣା ପେନସନ ନିୟମ ଲାଗୁ ହୋଇଛି। ତାଙ୍କ ସାଥିରେ କଂଗ୍ରେସର ବରିଷ୍ଠ ନେତା ଇଂ ବିଦ୍ୟାଧର ଦାଶ, ଶିକ୍ଷକ ନେତା କୈଳାସ ଚନ୍ଦ୍ର ବାରିକ, ଡୁମୁରିଆ ସରପଞ୍ଚ ଗୌରହରି ନାଏକ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶିକ୍ଷକ ଓ ସରକାରୀ କର୍ମଚାରୀ ମାରଣ ନୀତିକୁ କଡ଼ା ନିନ୍ଦା କରିଥିଲେ। ସୂଚନା ଯୋଗ୍ୟ ଯେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ ଆବଶ୍ୟକ ପଡିଲେ ସମୂହ ଛୁଟିରେ ଯିବୁ ବୋଲି ପାଟଣା ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories