www.samajalive.in
Thursday, December 11, 2025
15.1 C
Bhubaneswar

ଅନ୍ୟ ଜାତିରେ ବାହା ହେବାରୁ ଝିଅର ଅନ୍ତ୍ୟେଷ୍ଟିକ୍ରିୟା କଲେ ପରିବାର

ଚାନ୍ଦିପୁଟ: ମାତ୍ର କେଇଟା ଦିନ ମଧ୍ୟରେ ଝିଅର ନିର୍ବନ୍ଧ ହୋଇଥାନ୍ତା। ହେଲେ ନିର୍ବନ୍ଧ ପୂର୍ବରୁ ଚାଲିଗଲା ଝିଅ। ବଞ୍ଚିଥିବା ଝିଅକୁ ମୃତ ଘୋଷଣା କରି ଅନ୍ତ୍ୟେଷ୍ଟିକ୍ରିୟା କରିଲେ ବାପା ଓ ମା। ଆସନ୍ତା ୨୨ ତାରିଖରେ ଝିଅର ନିର୍ବନ୍ଧ ହୋଇଥାନ୍ତା। ହେଲେ ନିର୍ବନ୍ଧ ପୁର୍ବରୁ ଘରୁ ଲୁଚିକି ଯାଇ ଅନ୍ୟଜାତିର ପୁଅ ସହ ପ୍ରେମ ବିବାହ କରିବାରୁ ଗତ ୧୧ ଦିନ ତଳେ ଘରୁ ଚାଲିଯାଇଥିବା ଝିଅକୁ ମରିଗଲା ବୋଲି ସକୁଟୁମ୍ବ ସହ ବଞ୍ଚିଥିବା ଝିଅର ଅନ୍ତ୍ୟେଷ୍ଟିକ୍ରିୟା କରିଛନ୍ତି ବାପା ଓ ମା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ।

ଗଜପତି ଚାନ୍ଦିପୁଟ ଗ୍ରାମର ସହଦେବ ସାହୁ ଛୋଟିଆ ଜଳଖିଆ ଦୋକାନ କରି ପରିବାର ପୋଷଣ କରୁଥିବା ବେଳେ ପରିବାରରେ ବାପା ଓ ମା ସମେତ ୩ଟି ଝିଅ ଓ ଗୋଟିଏ ପୁଅ। ବଡ ଝିଅ ବାହା ହୋଇ ଶାଶୁ ଘର ଚାଲି ଯାଇଥିବା ବେଳେ ମଝିଆ ଝିଅ ଯୁକ୍ତ ଦୁଇ ଶେଷ କରି ଘରେ ରହିଥିଲା। ଅନ୍ୟ ଦୁଇ ଭାଇ ଭଉଣି ପାଠ ପଢ଼ୁଛନ୍ତି। ପରିବାର ଲୋକେ ଝିଅ ଚାନ୍ଦିନୀ ପାଇଁ ମନଲାଖି ବର ଖୋଜିଥିଲେ। ଆସନ୍ତା ୨୨ ତାରିଖରେ ନିର୍ବନ୍ଧ ପାଇଁ ତାରିଖ ଠିକ୍ ହୋଇଥିଲା। ଏଥିପାଇଁ ସଭିଏଁ ବେଶ ଖୁସିରେ ଥିଲେ।

- Advertisement -

ବାହାଘର ପାଇଁ ବିଭିନ୍ନ ସ୍ଥାନରୁ ଧାର କରଜ କରି ସମସ୍ତ ବ୍ୟବସ୍ଥା କରୁଥିଲେ। ହେଲେ ଗତ ଶନିବାର ୩ ତାରିଖରେ ଘରେ ସମସ୍ତେ ଶୋଇଥିବା ବେଳେ ଅଧରାତିରେ ଝିଅ ଘରୁ ଲୁଚି ଚାଲିଯାଇଥିଲା। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଝିଅ ଚାନ୍ଦିନୀ ନମିଳିବାରୁ ମୋହନା ଥାନାରେ ଝିଅ ନିଖୋଜ ଥିବା ଲିଖିତ ଭାବେ ଅଭିଯୋଗ କରିଥିଲେ ବାପା ସହଦେବ ସାହୁ। ହେଲେ ପରେ ସେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଝିଅର ବାହାଘର ଫଟୋ ଦେଖି ଦୁଃଖରେ ଭାଙ୍ଗି ପଡିଥିଲେ। ସୋସିଆଲ ମିଡ଼ିଆରେ ମୋବାଇଲକୁ ମୋବାଇଲ ଘୁରି ବୁଲୁଥିବା ଫଟୋରେ ଗତ ୪ ତାରିଖରେ ଝିଅ ଚାନ୍ଦିନୀ ସ୍ଥାନୀୟ ଖ୍ରୀଷ୍ଟିଆନ ସାହିର ଏକ ଯୁବକ ସହ ବାହା ହେବା ଫୋଟ ଭାଇରାଲ ହେବା ଦେଖି ଝିଅ ଅନ୍ୟ ଧର୍ମର ପୁଅକୁ ବାହା ହୋଇ ଯାଇଛି ବୋଲି ଜାଣିବାକୁ ପାଇଥିଲେ। ହେଲେ ଝିଅ ଧର୍ମ ଦ୍ରୋହି ଓ ଜାତି ଦ୍ରୋହି କାମ କରିବା ସହ ପରିବାର ଲୋକଙ୍କୁ ସମାଜରେ ଅପମାନିତ କରିଛି ବୋଲି ଝିଅ ମରିଗଲା ବୋଲି ନିଷ୍ପତି ନେଇଥିଲେ। ଆଜି ୧୧ ଦିନରେ ପରିବାର ଲୋକ ତାଙ୍କର ଆତ୍ମୀୟ ସ୍ୱଜନମାନଙ୍କୁ ଡାକି ପୁରୋହିତକୁ ଡାକି ପୂଜା ପାଠ କରିବା ସହ ଝିଅର ଫଟୋରେ ପୁଷ୍ପମାଲ୍ୟ ଦେଇଥିଲେ। ପରିବାର ଲୋକେ ନିଜ ଝିଅ ସବୁ ଦିନ ପାଇଁ ମରିଗଲା ବୋଲି ଶୁଦ୍ଧ କ୍ରିୟା କରି ସମସ୍ତଙ୍କୁ ଜଣାଇ ଦେଇଛନ୍ତି। ଏଭଳି ସନ୍ତାନ କାହାକୁ ନମିଳୁ ବୋଲି କହିଛନ୍ତି ବାପା ସହଦେବ ସାହୁ। ଅନ୍ୟପକ୍ଷରେ ନବ ବିବାହିତ ପୁଅ ଓ ଝିଅ ଗାଁ ଛାଡି ଫେରାର ହୋଇଯାଇଥିବା ବେଳେ ତାଙ୍କରି କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories