www.samajalive.in
Saturday, December 13, 2025
21.1 C
Bhubaneswar

ବିଦ୍ୟୁତ୍ ଆଘାତରେ ଜଣେ ମୃତ, ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୁଲିସ

କଲମପୁର: କଲମପୁର ଥାନା ଅଧିନସ୍ଥ ବନ୍ଧକନା ଠାରେ ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଘଟିଛି। ପରିବାର ଲୋକ ଘଟଣାକୁ ଚପାଇ ଦେବା ପାଇଁ ପ୍ରୟାସ କରି ଶବକୁ ଦାହ ସଂସ୍କାର କରିବା ପାଇଁ ଶ୍ମଶାନକୁ ନେଇଥିବା ବେଳେ କଲମପୁର ପୁଲିସ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ ବନ୍ଧକନା ଗ୍ରାମର ପରମାନନ୍ଦ ମାଝୀ ନାମକ ଜନୈକ ବ୍ୟକ୍ତି ନିଜ ଘରକୁ ସଂଯୋଗ ହେଇଥିବା ବିଦ୍ୟୁତରେ ସମସ୍ୟା ହେବା ଯୋଗୁଁ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟରେ ଚଢି ମରାମତି କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଖୁଣ୍ଟ ତଳକୁ ଛିଟିକି ପଡିଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ଧକନା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ପରମାନନ୍ଦର ମୃତ୍ୟୁ ହେଇ ସାରିଥିଲା। ନିଜ ଭୁଲ ପାଇଁ ଏଭଳି ଘଟଣା ଘଟିବାରୁ ପରିବାର ଲୋକ ଘଟଣାକୁ ଚପାଇ ଦେବା ଉଦ୍ଦେଶ୍ୟରେ ଶବକୁ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନକୁ ନେଇ ଯାଇଥିଲେ। କିନ୍ତୁ କୌଣସି ସୂତ୍ରରୁ କଲମପୁର ପୁଲିସ ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ ସଂଧ୍ୟାରେ ଗାଁ ଶ୍ମଶାନରେ ପହଞ୍ଚି ଶବ ଜବତ କରିବା ସହ କଲମପୁର ପୁଲିସ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories