www.samajalive.in
Sunday, December 14, 2025
26.1 C
Bhubaneswar

୧୦ଟି ପୃଥକ ସ୍ଥାନରୁ ଚୋରି ଘଟଣା: ୩ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର, ପଦ୍ମପୁର, ରାମନାଗୁଡା ଏହି ତିନୋଟି ଥାନା ଅନ୍ତର୍ଗତ ୧୦ଟି ଚୋରି ଘଟଣାର ପର୍ଦ୍ଦାଫାସ କଲା ଗୁଣୁପୁର ପୁଲିସ। ୨୭ଟି ଚୋରି ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଚୋରି ସାମଗ୍ରୀ ମଧ୍ୟରେ ଏଲଇଡି ଟିଭି, ବଡ ପାଣି ମଟର, ଚାରିଚକିଆ ଗାଡିଗୁଡିକର ଚକ, ଇନଭର୍ଟର ଓ ଚାରିଚରକିଆ ଗାଡ଼ିର ବ୍ୟାଟେରୀ ରହିଛି। ଗିରଫ ତିନି ଅଭିଯୁକ୍ତ ଚିନାସାରି ପଞ୍ଚାୟତର ପଡଇକୁଲ ଗ୍ରାମର ଦିଲିପ ଶବର, ଉଦୟ ଶବର, ନୌସା ଶବର ବୋଲି ଜଣାପଡିଛି। ଏମାନଙ୍କର ଆଉ କିଛି ଚୋରି ଘଟଣା ସହ ସମ୍ପର୍କ ରହିଛି କି ନାହିଁ ପୁଲିସ ତା’ର ତଦନ୍ତ ଜାରି ରଖିଛି। ଚୋରିରେ ବ୍ୟବହାର କରିଥିବା ଗୋଟିଏ କାର, ତିନୋଟି ବାଇକ ମଧ୍ୟ ଜବତ କରିଛି ପୁଲିସ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories