www.samajalive.in
Saturday, December 13, 2025
26.1 C
Bhubaneswar

ମୋତି ଧାରଣ କରିବା ପୂର୍ବରୁ ଜାଣି ରଖନ୍ତୁ : ନଚେତ୍‌‌..

ଶାସ୍ତ୍ର ଅନୁଯାୟୀ, ରତ୍ନ ଗ୍ରହଙ୍କ ଶୁଭ ପ୍ରଭାବ ପାଇଁ ,ଜୀବନରେ ଥିବା ସମସ୍ୟା ଦୂର ପାଇଁ ସହାୟକ ହୋଇଥାଏ। ତେବେ ଜାଣନ୍ତୁ ମୋତି ରତ୍ନ ବିଷୟରେ। ଏହାର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହ ଜଡିତ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ମାନଙ୍କୁ ଅଧିକ କ୍ରୋଧ ଆସିଥାଏ। ଲଗାତାର ମାନସିକ ଦୁଶ୍ଚିନ୍ତାରେ ରହିଥାଆନ୍ତି,ସେମାନେ ମୋତି ଧାରଣ କରିବା ଶୁଭଙ୍କର ବୋଲି ମାନ୍ୟତା ରହିଛି। ମୋତି ପିନ୍ଧିବାର ନିୟମ ଓ ଏହାର ଲାଭ..

ଚନ୍ଦ୍ରମା ମସ୍ତିଷ୍କ ଓ ମନରେ ସବୁଠାରୁ ଅଧିକ ପ୍ରଭାବ ପକାଇ ଥାଆନ୍ତି। ଚନ୍ଦ୍ରମାଙ୍କ ସମ୍ବନ୍ଧ ମୋତି ସହ ବୋଲି ମାନ୍ୟତା ରହିଛି। ତେଣୁ ମନକୁ ଶାନ୍ତ ଓ ମସ୍ତିଷ୍କକୁ ସ୍ଥିର ରଖିବା ପାଇଁ ମୋତି ଧାରଣ କରିବା ଶୁଭଙ୍କର।
ଗୋଲ ଆକାରର ମୋତି ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଗୋଲ ଆକାରର ହେବା ସହ ମୋତି ଆପେ ଆପେ ହାଲକା ହଳଦିଆ ରଙ୍ଗର ହେବା ଦ୍ୱାରା ବ୍ୟକ୍ତି ବିଦ୍ୱାନ ହୋଇଥାଆନ୍ତି। ଏହାସହ ମୋତି ଗୋଲ ସହ ଲମ୍ବାକାର ଥାଇ ସାମାନ୍ୟ ଆକାଶୀ ରଙ୍ଗର ହେବା ଦ୍ୱାରା ଉତ୍ତମ ପୁତ୍ର ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ।
ମୋତି ଧାରଣ କରିବାର ଲାଭ :

- Advertisement -

ଏହା ମନକୁ ଶାନ୍ତ କରିବା ସହ ଚିନ୍ତାରୁ ମୁକ୍ତି ଦେଇଥାଏ।

ମନରୁ ଭୟ ଦୂର କରିଥାଏ। ସୁନିଦ୍ରାରେ ସାହାର୍ୟ୍ୟ କରିଥାଏ।

ଆର୍ଥିକ ସମସ୍ୟାକୁ ଦୂର କରିଥାଏ।
ମୋତି ସାମାନ୍ୟ ଭାଙ୍ଗିଥିଲେ ଏହାକୁ ଧାରଣ କରନ୍ତୁ ନାହିଁ।
କିଛି ଦିନ ପିନ୍ଧିବା ପରେ ଏହା ସାମାନ୍ୟ ଭାଙ୍ଗିଲେ ଏହାକୁ ମଧ୍ୟ ଧାରଣ କରନ୍ତୁ ନାହିଁ।

ସୌମ୍ୟ ପଟ୍ଟନାୟକ ବିଜେଡି ଉପସଭାପତି ପଦରୁ ବହିଷ୍କୃତ

ମାନ୍ୟତା ଅନୁଯାୟୀ ଭିନ୍ନ ଭିନ୍ନ ରାଶିର ବ୍ୟକ୍ତିଙ୍କ ପାଇଁ ଅଲଗା ପ୍ରକାର ମୋତି ଧାରଣ କରିବା ଉଚିତ।

ମେଷ, କର୍କଟ, ବିଛା ଓ ମୀନ ଲଗ୍ନ ଥିବା ବ୍ୟକ୍ତିମାନେ ମୋତି ଧାରଣ କରିବା ଉତ୍ତମ ଅଟେ।

ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ଲଗ୍ନର ବ୍ୟକ୍ତି ମୋତି ଧାରଣ କରିବା ଉଚିତ ନୁହେଁ। ଏହାଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଜ୍ୟୋତିଷଙ୍କ ପରାମର୍ଶରେ ମୋତି ଧାରଣ କରିପାରିବେ।

ସିଂହ, ତୁଳା ଓ ଧନୁ ଲଗ୍ନର ବ୍ୟକ୍ତିମାନେ ବିଶେଷ ଭାବେ ମୋତି ଧାରଣ କରି ପାରିବେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories