www.samajalive.in
Monday, December 8, 2025
20.1 C
Bhubaneswar

ଦାବି ପୂରଣ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଲେ ବ୍ଲକ ଯୋଗାଣ ସହାୟକ ସଂଘ; ବିଡିଓଙ୍କୁ ଦାବିପତ୍ର

ଲାଞ୍ଜିଗଡ଼: ୬ ଦଫା ଦାବି ପୂରଣକୁ ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଧାରଣାରେ ବସିଥିଲେ ଯୋଗାଣ ସହାୟକ ସଂଘର କର୍ମକର୍ତ୍ତା। ଗତ ୨୮ ତାରିଖରୁ ଧାରଣାରେ ବସିଥିବାରୁ ସାରା ରାଜ୍ୟରେ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଅଚଳ ହୋଇ ପଡ଼ିଥିଲା। ଦୁଇ ସପ୍ତାହର ଆନ୍ଦୋଳନ ପରେ ରାଜ୍ୟ ସରକାର ଯୋଗାଣ ସହାୟକଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏହାପରେ ଖାଉଟିମାନଙ୍କ ନିର୍ଭରଶୀଳତାକୁ ଉପଲବ୍ଧି କରି ଯୋଗାଣ ସହାୟକମାନେ ଧାରଣାରୁ ଓହରିଯାଇଛନ୍ତି । ଏନେଇ ସୋମବାର ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘର କର୍ମକର୍ତ୍ତାମାନେ ବିଶ୍ବନାଥପୁରଠାରେ ଲାଞ୍ଜିଗଡ଼ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଦରଖାସ୍ତ ଦେଇଛନ୍ତି । ଲାଞ୍ଜିଗଡ଼ ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ରାଜେନ୍ଦ୍ର କୁମାର ମହାଖୁଡ଼, ସାଧାରଣ ସଂପାଦକ ନାରାୟଣ ପ୍ରସାଦ ନାୟକ, କୋଷାଧ୍ୟକ୍ଷ ଗୁପ୍ତେଶ୍ବର ପଧାନଙ୍କ ନେତ୍ରୁତ୍ବରେ ଉପଦେଷ୍ଟା ତାପସରଞ୍ଜନ ଦଳେଇ, ସଦସ୍ୟ ମିଥୁନ ମହାଖୁଡ଼, ସାଲେରୀରଞ୍ଜନ ମିଶ୍ର, କୁଳମଣି ବେହେରା, ବନବାସ ପାତ୍ର, ଲିଙ୍ଗରାଜ ଦୁର୍ଗା ପ୍ରମୁଖ ବିଡିଓ ଶ୍ରୀ ମିଶ୍ରଙ୍କୁ ଭେଟି କାର୍ଯ୍ୟରେ ଯୋଗଦାନ ସଂପର୍କିତ ଦରଖାସ୍ତ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ, ଯୋଗାଣ ସହାୟକଙ୍କ ନିଯୁକ୍ତି ସ୍ଥାୟୀ କରିବା, ଦରମା ବୃଦ୍ଧି କରିବା, ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା ଲାଇସେନ୍ସ ପ୍ରଦାନ, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମ୍ରୁତ୍ୟୁକାଳୀନ ସହାୟତା ଓ ପରିବାରର ଜଣକୁ ନିଯୁକ୍ତି, ଯୋଗାଣ ସହାୟକଙ୍କୁ ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରିବା ସହିତ ଅତିରିକ୍ତ ଯୋଗାଣ ନିରୀକ୍ଷକ ଭାବେ ଘୋଷଣା କରିବା, ପସ୍ ମେସିନ ପରିଚାଳନା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରିବା, ପିଡିଏସ୍ ପରିଚାଳନାରେ ଦୁଇ ପ୍ରତିଶତ ନିଅଣ୍ଟକୁ ଭରଣା କରାଯିବା ଆଦି ଦାବି ରହିଛି । ଆସନ୍ତା ମାସେ ମଧ୍ୟରେ ଦାବି ପୂରଣ ପାଇଁ ସରକାର ପ୍ରତିଶ୍ରୁତି ଦେବା ପରେ ଯୋଗାଣ ସହାୟକମାନେ କାର୍ଯ୍ୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories