www.samajalive.in
Monday, December 8, 2025
27.1 C
Bhubaneswar

ଦିନିକିଆରେ କୋହଲିଙ୍କ ଦ୍ରୁତତମ ୧୩ ହଜାର ରନ୍‌

କଲମ୍ବୋ : ଭାରତୀୟ କ୍ରିକେଟ୍‌ ଦଳର ତାରକା ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟ୍‌ରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩ ହଜାର ରନ୍‌ ସଂଗ୍ରହ କରିଛନ୍ତି। ସେ ୨୬୭ଟି ଇନିଂସ ଖେଳି ୧୩,୦୦୦ ରନ୍‌ ସଂଗ୍ରହ କରିଛନ୍ତି। ଏସିଆ କପ୍‌ରେ ସୋମବାର ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ କୋହଲି ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। କୋହଲି ଏହି ମ୍ୟାଚ୍‌ରେ ୮୪ଟି ବଲ୍‌ରୁ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର୍‌ ୪୭ତମ ଶତକ। ମୋଟ୍‌ ଉପରେ କୋହଲି ୭୭ଟି ଅନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି। ଏହି ମ୍ୟାଚ୍‌ରେ କୋହଲି ୯୪ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ୧୨୨ ରନ୍‌କରି ଅପରାଜିତ ରହିଥିଲେ। ଦିନିକିଆରେ ଦ୍ରୁତତମ ବ୍ୟାଟସମ୍ୟାନ୍‌ ଭାବେ ୧୩,୦୦୦ ରନ୍‌ ସଂଗ୍ରହ କରିବା ରେକର୍ଡ ପୂର୍ବରୁ ଭାରତର ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ତେନ୍ଦୁଲକର ୩୨୧ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ। ସେହିପରି ରିକି ପଣ୍ଟିଂ ୩୪୧, କୁମାର ସାଙ୍ଗାକାରା ୩୬୩ ଓ ସନତ ଜୟସୁରିଆ ୪୧୬ଟି ଇନିଂସରୁ ୧୩ ହଜାର ରନ୍‌ ସଂଗ୍ରହ କରିଥିଲେ। ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍ ପୂରଣ କରିବାରେ ବିରାଟ ହେଉଛନ୍ତି ବିଶ୍ବର ୫ମ ବ୍ୟାଟ୍‌ସମ୍ୟାନ୍।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories