www.samajalive.in
Wednesday, December 10, 2025
26.1 C
Bhubaneswar

କ୍ରୀଡା ପ୍ରତି ବୈମାତୃକ ମନୋଭାବର ଉଦାହରଣ କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ

ଗୁରୁଡିଝାଟିଆ : ୫-ଟି ଉପକ୍ରମରେ ରୂପାନ୍ତକରଣ ହୋଇଛି କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ । ୧୯୬୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି କ୍ରୀଡା, ଶିକ୍ଷା ଓ ସାମାଜିକ ସଚେତନତା ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ହେଲେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁବିଧ ସମାସ୍ୟାର ସମ୍ମୁଖିନ ହେଉଛନ୍ତି । ବିଶେଷତଃ ଦୁଇବର୍ଷ ହେଲା କ୍ରୀଡା ଶିକ୍ଷକ ନଥିବାରୁ ୬୦୨ ବିଦ୍ୟାର୍ଥୀଙ୍କ କ୍ରୀଡା ପ୍ରତିଭା ଚୁଲିକୁ ଗଲାଣି । ଏଥିସହିତ ଆବଶ୍ୟକ ଶ୍ରେଣୀଗୃହ ନଥିବାରୁ ଗୋଟିଏ ପ୍ରକୋଷ୍ଠରେ ବସୁଛନ୍ତି ୯୨ ବିଦ୍ୟାର୍ଥୀ । ଏଥିପାଇଁ ଅଭିଭାବକମାନେ ଏହା ୫-ଟିର ଭେଳିକି ବୋଲି କହିବାକୁ ପଛାଉ ନାହାନ୍ତି। ରାଜ୍ୟସରକାର କ୍ରୀଡା ପାଇଁ ନିଜର ସ୍ୱତନ୍ତ୍ରତା ପ୍ରତିପାଦନ କରିଛନ୍ତି । ବିଶ୍ୱକପ ହକି ହେଉ ବା ଫୁଟବଲ ଆୟୋଜନ କରି ବିଶ୍ୱରେ ଓଡିଶାର ନାମକୁ ଗୌରବଜ୍ୱଳ କରିଛନ୍ତି । ତୃଣମୂଳସ୍ତରରେ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ କ୍ରୀଡା ପ୍ରତିଭାକୁ ଆଗକୁ ବଢାଇବାକୁ ଯୋଜନା ପ୍ରଣୟନ କରିଛନ୍ତି । ଏହା ସହିତ ଖେଲୋଇଣ୍ଡିଆ ମାଧ୍ୟମରେ କ୍ରୀଡା ପ୍ରତିଭାକୁ ପ୍ରୋତ୍ସାହିତ କରାଯାଉଛି । କିନ୍ତୁ ଏହାର ବିପରୀତ ଚିତ୍ର ତୃଣମୂଳସ୍ତରେ ଦେଖାଯାଉଛି । ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ କ୍ରୀଡା ପ୍ରତି ଉତ୍ସାହ ଉଦ୍ଦୀପନା ଧିରେ ଧିରେ କମି ଚୁଲିକୁ ଗଲାଣି। ଦୁଇବର୍ଷ ଧରି କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ନଥିବାରୁ ବିଭିନ୍ନ ପ୍ରତିଯୋଗୀତାରେ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିବା ତ ଦୂରକଥା, ନିଜକୁ ସଠିକ୍ ଢଙ୍ଗରେ ବିଦ୍ୟାଳୟରେ ପ୍ରସ୍ତୁତ କରିପାରୁ ନାହାନ୍ତି। ଏହି ବିଦ୍ୟାଳୟରେ ୬୦୨ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । କ୍ରୀଡା ସହିତ ଶ୍ରେଣୀ ପ୍ରକୋଷ୍ଠ ନଥିବାରୁ ଗୋଟିଏ ଗୋଟିଏ ସେକ୍ସନରେ ୯୨ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ଯାହାକି ଶିକ୍ଷାଦାନରେ ଅସୁବିଧା ହେଉଛି । ଅଧୁନା ଏହି ବିଦ୍ୟାଳୟରେ ୪ରୁ ୫ଜଣ ଶିକ୍ଷକ ,୨ଜଣ ଚପରାଶି,୧ଜଣ ଅଫିସ ସହାୟକ ଓ ଜଣେ କ୍ରୀଡା ଶିକ୍ଷକ ପଦବୀ ଖାଲି ପଡିଛି । ବିଦ୍ୟାର୍ଥୀଙ୍କୁ ଆଗକୁ ବଢିବା ପାଇଁ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାର ଶୈଳୀ ,ସାଂସ୍କୃତିକ, ରାଜନୈତିକ ଓ ଆଧ୍ୟାତ୍ମିକ,ଦେଶାତ୍ମକ ଭାବଧାରରେ ଗଢିତୋଳିବା ପାଇଁ ଆୟୋଜନ କରାଯାଉଥିବା ବୈଠକରେ ସମସ୍ତ ବିଦ୍ୟାର୍ଥୀ ଯୋଗଦେଇ ପାରୁନାହାନ୍ତି। ଏହାର କାରଣ ୬୦୨ ବିଦ୍ୟାର୍ଥୀ ବସିବା ଭଳି ପ୍ରେକ୍ଷାଳୟ ନାହିଁ। ରାଜ୍ୟସରକାର ୫-ଟି ଯୋଜନା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଭଲ ବଡମଣିଷ କରି ଗଢିତୋଳିବା ନିମନ୍ତେ ବିଦ୍ୟାଳଳୟର ରୂପରେଖ ବଦଳେଇ ଦେଇଛନ୍ତି। ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ, ଶ୍ରେଣୀ ପ୍ରକୋଷ୍ଠ ଓ କ୍ରୀଡା ପ୍ରତି ଅନୁରକ୍ତି ଓ ଅନୁରାଗ ବୃଦ୍ଧିପାଇଁ କ୍ରୀଡା ଶିକ୍ଷକ ନିଯୁକ୍ତି ନଦେବା ପଛରେ କି ରହସ୍ୟ ରହିଛି ? ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ଶିକ୍ଷାଜ୍ୟୋତି ସମ୍ମାନ ମାଧ୍ୟମରେ ଶିକ୍ଷାନୁଷ୍ଠାନ, ଶିକ୍ଷକ ଓ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସହିତ କରୁଛନ୍ତି । କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ମୌଳିକ ସମାସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ପ୍ରକାଶଯୋଗ୍ୟ ଆବଶ୍ୟକ ଶିକ୍ଷକ ନଥାଇ ମଧ୍ୟ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ ବଳରେ ଆଗକୁ ବଢିବା ପାଇଁ ଉଦ୍ୟମ ଜାରି ରଖିବା ଏକ ଶୁଭ ସଂକେତ । ଜନୈକ କଳାଶିକ୍ଷକ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ଓ କ୍ରୀଡା ଦିଗରେ ବିଦ୍ୟାର୍ଥୀମାନଙ୍କୁ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରିବା ସରକାରଙ୍କ କ୍ରିଡାର ବିକାଶ ପ୍ରତି ଉପହାସ ନୁହେଁ କି ? ଏ ସଂପର୍କରେ ପ୍ରଧାନଶିକ୍ଷକ ରଣଜିତ୍ କୁମାର ନାୟକଙ୍କୁ ପଚାରିବାରୁ କହିଥିଲେ ବିଭାଗୀୟ ଉଚ୍ଚ ପଦାଧିକାରୀ ଏକାଧିକବାର ଲିଖିତ ଭାବେ ବିଦ୍ୟାଳୟର ଅସୁବିଧା ସଂପର୍କରେ ଅବଗତ କରାଯାଇଛି।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories