www.samajalive.in
Friday, December 12, 2025
17.1 C
Bhubaneswar

୩ ଦଫା ଦାବି ନେଇ ଧାରଣାରେ ପ୍ରାଥମିକ ଶିକ୍ଷକ, ବିଦ୍ୟାଳୟରେ ପାଠପଢା ଠପ୍

ତିଗିରିଆ :  ଦୀର୍ଘଦିନ ଧରି ପ୍ରାଥମିକ ଶିକ୍ଷକମାନଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଆନ୍ଦୋଳନ କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଦାବି ପୁରଣ ନେଇ କୌଣଷି ପଦକ୍ଷେପ ଗ୍ରହଣ କରୁନଥିବାରୁ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବା ସହିତ ଏହା ଏକ ଗଣ ଆନ୍ଦୋଳନରେ ପରଣିତ ହୋଇଛି । ପ୍ରତିବାଦରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣଧାରଣା ପାଇଁ ଦିଆଯାଇଥିବା ଡାକରାରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସାମିଲ ହେବା ସହିତ ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଜୋରଦାର କରିଛନ୍ତି।
ଏହି ପରିପ୍ରେକ୍ଷୀରେ ତିଗିରିଆ ବ୍ଳକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ବାରିଦ ବରଣ ମହାପାତ୍ରଙ୍କ ନେତୃତ୍ୱ ଏବଂ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ସଭାପତି ଚନ୍ଦ୍ରକାନ୍ତ ମିଶ୍ରଙ୍କର ପରିଚାଳନାରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ନହେବା ଯାଏ ଧାରଣା ଦିଆଯାଇଛି । ଦାବି ପୂରଣକୁ ନେଇ ସରକାରଙ୍କ ଟାଳଟୁଳ ନୀତିକୁ ନେଇ ସଂଘ ପକ୍ଷରୁ ସମାଲୋଚନା କରାଯିବା ସହିତ ଆଗକୁ ସରକାର ଦାବିପୁରଣ କରିବାରେ ଅବହେଳା କଲେ ସଂଘ ସମ୍ପୂର୍ଣ୍ଣ ଭାବେ ତାଲାବନ୍ଦ ଆନ୍ଦୋଳନର ଡାକରା ଦେବ ବୋଲି ଚେତାବନୀ ଦେଇଛି। ଆନ୍ଦୋଳନରେ ଦୁଇ ସଂଘର ସମ୍ପାଦକ ମାୟାଧର ସାହୁ (ଏୟୁପିଟିଏଫ) ଏବଂ ରାଜେଶ କୁମାର ପଣ୍ଡା (ୟୁଟିଏଫ) ଯୋଗଦେଇ ଆନ୍ଦୋଳନକୁ ଅଧିକ ମଜବୁତ କରିବାକୁ ଆହ୍ୱାନ ରଖିଥିଲେ । ସେହିଭଳି ଜିଲ୍ଲା ପ୍ରତିନିଧି (ଏନପିଏସ) ପ୍ରମୋଦ କୁମାର ଗୋଛି ଏବଂ ବରିଷ୍ଠ ଶିକ୍ଷକ କର୍ଣ୍ଣାଜ୍ଜୁନ ନାଏକ, ପ୍ରମୋଦ କୁମାର ବେହେରା, ପ୍ରଭାତ କୁମାର ପଣ୍ଡା, ମାଧବ ଚନ୍ଦ୍ର ପାତ୍ର, ଦୁଃଶାସନ ବେହେରା, ଉମାଶଙ୍କର ରାଉତ, ସଂଜୟ କୁମାର ରଣା, ଶ୍ରୀନିବାସ ବେହେରା, ସଚ୍ଚିଦାନନ୍ଦ ରାଉଳ, ସମୀର କୁମାର ବେହେରା, ମହେଶ୍ୱର ସେଠୀ, ବିଦ୍ୟାଧର ସାମଲ, ଚନ୍ଦ୍ରମଣି ସ୍ୱାଇଁ, ଗଙ୍ଗାଧର ସାମଲ, ଶିକ୍ଷୟିତ୍ରୀ ବିଜ୍ଞାସିନୀ ଗୋଛାୟତ, ବିଜୟଲକ୍ଷ୍ମୀ ଦେବୀ, ଅନୁପମା ବେହେରାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ଯୋଗଦେଇଥିଲେ।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories