www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ତ୍ରୀଙ୍କ ମହାନତା, ଆହତ ମହିଳାଙ୍କୁ ମେଡିକାଲକୁ ପଠାଇଲେ

କାମାକ୍ଷାନଗର : ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ ମାନବିକତା ଦେଖାଇଛନ୍ତି। ଦୁର୍ଘଟଣାରେ ଆହତ ମହିଳାଙ୍କୁ ନିଜ ସରକାରୀ ଗାଡିରେ ମେଡିକାଲ ପଠାଇଛନ୍ତି। ସୂଚନା ଅନୁସାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ରବିବାର ଏକ ସରକାରୀ କାର୍ଯ୍ୟକ୍ରମରେ କାମାକ୍ଷାନଗରରୁ ମାଳପୁରା ଯାଉଥିଲେ। ସେହି ଯିବା ବାଟରେ କାମାକ୍ଷାନଗର ଥାନା ଜିରିଡ଼ାମାଳି ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ଗୋଟିଏ ବାଇକରେ ଥିବା ମହିଳା ଜଣକ ଆହାତ ହୋଇ ଥିଲେ। ମନ୍ତ୍ରୀ ଏହାଦେଖି ତୁରନ୍ତ ଗାଡିରୁ ଓହ୍ଳାଇପଡି ଆହାତ ମହିଳାଙ୍କୁ ନିଜ ସରକାରୀ ଗାଡିରେ ସୁରକ୍ଷାକର୍ମୀ ଓ କାମାକ୍ଷାନଗର ବ୍ଳକ ଅଧକ୍ଷଙ୍କ ସହାୟତାରେ ମେଡିକାଲକୁ ପଠାଇଥିଲେ ଓ ଅନ୍ୟ ଏକ ଗାଡିରେ କାର୍ଯ୍ୟକ୍ରମ ସ୍ଥଳକୁ ଯାଇଥିଲେ। ଦୁର୍ଘଟଣାରେ ଆହତ ହୋଇଥିବା ମହିଳା ଜଣଙ୍କ ହେଉଛନ୍ତି ଭୁବନ ଅଞ୍ଚଳର ସୁଭଦ୍ରା ସାହୁ। ସେ ତାଙ୍କ ସ୍ବାମୀ ଓ ପୁଅ ସହ ବାଇକ ଯୋଗେ ଅନୁଗୁଳ ଯାଉଥିଲେ। ଜିରିଡାମାଳି ଠାରେ ଏକ ବାଇକ ତାଙ୍କ ପଛପଟୁ ଧକା ଦେଇଥିଲା। ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦା ମନ୍ତ୍ରୀଙ୍କୁ ପ୍ରସଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories