www.samajalive.in
Saturday, December 13, 2025
21.1 C
Bhubaneswar

ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ସମ୍ବଲପୁର : ପଶ୍ଚିମ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଫୋରମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଫୋରମର ସଭାପତି ବିରେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ମୁଖ୍ୟ ଉପଦେଷ୍ଟା ମନୋରଞ୍ଜନ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ଚନ୍ଦ୍ରଚୂଡ ସିଂ ତଥା କାର୍ଯ୍ୟକାରୀ କମିଟିର ସମସ୍ତ କର୍ମକର୍ତ୍ତାଙ୍କ ସହ ସଦସ୍ୟ ବୃନ୍ଦ ଯୋଗ ଦେଇ ଥିଲେ। ଏହି ବୈଠକରେ ସର୍ବସମ୍ମତିକ୍ରମେ ଗୃହୀତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ମଧ୍ୟରେ ସଂଗଠନକୁ ସୁଦୃଢ ଓ ଶକ୍ତିଶାଳୀ ତଥା ସୁଦୂରପ୍ରସାରୀ କରିବା ଲାଗି ସଦସ୍ୟ ବୃନ୍ଦ ସୁଚିନ୍ତିତ ଯୋଜନାବଦ୍ଧ ପ୍ରସ୍ତାବ ଦେଇଥିଲେ। ସର୍ବପ୍ରଥମେ ସଂଘର ସଦସ୍ୟମାନେ ସଂଗଠନକୁ ପଶ୍ଚିମାଞ୍ଚଳର ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପର୍ୟ୍ୟନ୍ତ ସଦସ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ସହ କାର୍ୟ୍ୟକାରୀ କମିଟି ଗଠନ କରି ସଂଗଠନର ଭିତ୍ତିଭୂମିକୁ ସୁଦୃଢ ଓ ଲୋକାଭିମୁଖୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏପରିକି ସଂଗଠନ ଆନୁକୂଲ୍ୟରେ ବିଭିନ୍ନ ଜନସଚେତନା କାର୍ୟ୍ୟକ୍ରମମାନ ଆୟୋଜନ କରିବା ସହ ସାମାଜିକ ବ୍ୟବସ୍ଥାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ କରିବାକୁ ମତ ପ୍ରଦାନ କରିଥିଲେ। ଏହି ପ୍ରରିପେକ୍ଷୀରେ ସଭାପତି ଶ୍ରୀ ପାଣିଗ୍ରାହୀ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ଏକ ଶୃଙ୍ଖଳା କମିଟି ଗଠନ କରିଥିଲେ ଓ କମିଟିର ସୁପାରିଶକୁ ଅନୁଧ୍ୟାନ କରିବା ପରେ କାର୍ୟ୍ୟକାରିଣୀ ବୈଠକରେ ଚୂଡାନ୍ତ ଅନୁମୋଦନ କରାଯିବ ବୋଲି ସ୍ପଷ୍ଟୋକ୍ତି କରିଥିଲେ।ତେଣୁ ସଂଗଠନର ସଦସ୍ୟ ବୃନ୍ଦ ସଂଗଠିତ ଓ ସଂକଳ୍ପବଦ୍ଧ ହୋଇ ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ କାର୍ଯ୍ୟ କରି ସଂଘକୁ ଆଗେଇ ନେବାକୁ ସେ ଆହ୍ବାନ ଦେଇଥିଲେ। ବୈଠକ ପ୍ରାରମ୍ଭରେ ସଂଘର ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଚନ୍ଦ୍ରଚୁଡ ସିଂହ।ଶେଷରେ ସଂଘର ବରିଷ୍ଠ ସଦସ୍ୟ ହରିଶଙ୍କର ମିଶ୍ର ଉପସ୍ଥିତ ସଦସ୍ୟ ବୃନ୍ଦଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories