www.samajalive.in
Sunday, December 14, 2025
23.1 C
Bhubaneswar

ବୋମାମାଡ ଘଟଣା, ଅଟକ ଅଭିଯୁକ୍ତ ଥାନାରୁ ଚମ୍ପଟ

ଆଠଗଡ: ଆଠଗଡ ଥାନା ପରିସରରୁ ଶନିବାର ଜଣେ ଅଟକ ଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯୋଗ୍ୟ ଗତ ଅଗଷ୍ଟ ୯ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅଧିନ ଅମୃତମଣୋହିପାଟଣା ଗ୍ରାମରେ ଶାସକ ଦଳର ୨ଗୋଷ୍ଠୀ ମଧ୍ୟରେ ଠିକା କାମକୁ ନେଇ ସଂଘର୍ଷ ଓ ବୋମାମାଡ ଭଳି ଘଟଣା ଘଟିଥିଲା। ଏ ସଂପର୍କରେ ଶାନ୍ତିଲତା ଜେନା ଓ ଗୁଣନିଧି ଜେନାଙ୍କର ୨ଟି ଏତଲାକୁ ଭିତ୍ତି କରି ପୁଲିସ ୨ଟି ପୃଥକ ମାମଲା ରୁଜୁ କରିଥିଲା। ପ୍ରଥମେ ଏହି ଘଟଣାରେ ସଂପୃକ୍ତ ୩ଜଣଙ୍କୁ ପର୍ଯ୍ୟାୟକ୍ରମେ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶୁକ୍ରବାର ରାତିରେ ଅନ୍ୟଜଣେ ଅଭିଯୁକ୍ତ ବିରଞ୍ôଚ ନାରାୟଣ ମନ୍ତ୍ରୀଙ୍କୁ ପୁଲିସ ଧରିଆଣି ଥାନାରେ ରଖି ପଚରାଉଚୁରା ଜାରି ରଖିଥିଲା। ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ପୁଲିସ ପ୍ରସ୍ତୁତ ହେଉଥିବା ଜାଣି ସଂପୃକ୍ତ ଅଭିଯୁକ୍ତ ଶୌଚ ପାଇଁ ଯିବାବେଳେ କୌଶଳକ୍ରମେ ପୁଲିସ କୁ ଚକମା ଦେଖାଇ ଶୌଚାଳୟ ନିକଟରୁ ଦୌଡି ପଳାଇଥିଲା। ସେହି ସମୟରେ କର୍ତ୍ତବ୍ୟରତ କନେଷ୍ଟବଳ ତାଙ୍କୁ ଗୋଡାଇଥିଲେ ମଧ୍ୟ ଧରି ପାରିନଥିଲେ।

ଏ ସଂପର୍କରେ ଖବର ପାଇ ଆଇଆଇସି ଅନିରୁଦ୍ଧ ମୁଦୁଲି ତୁରନ୍ତ ଥାନାକୁ ଆସି ଏକାଧିକ ପୁଲିସ ଦଳ ଗଠନ କରିବା ସଙ୍ଗେ ସଙ୍ଗେ ନିଜେ ମଧ୍ୟ ସେହି ଦଳ ସହିତ ବିଭିନ୍ନ ଅଞ୍ଚଳରେ ତନାଘନା କରିଥିଲେ। ସେହି ବୋମାମାଡ ଘଟଣାରେ ସଂପୃକ୍ତ ଥାଇ ଗିରଫ ହୋଇନଥିବା ଅନ୍ୟ କେତେକ ଅଭିଯୁକ୍ତଙ୍କ ସହ ଟେଲିଫୋନ ମାଧ୍ୟମରେ ଫେରାର ହୋଇଯିବା ପାଇଁ ଗୁପ୍ତ ମନ୍ତ୍ରଣା କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେହି ଅନୁଯାୟୀ ପୁଲିସ ତନାଘନା କରି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସପ୍ତଶଯ୍ୟା ଜଙ୍ଗଲ ଅଞ୍ଚଳରେ ଚଢାଉ କରିଥିଲେ। ଚଢାଉ ସମୟରେ ଫେରାର ଅଭିଯୁକ୍ତ ଅନ୍ୟ ଦୁଇଜଣ ସେଠାରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିବାବେଳେ ପୁଲିସ ଅନ୍ୟତମ ଅଭିଯୁକ୍ତ ବାପି ଓରଫ ସତ୍ୟବାଦୀ ପ୍ରଧାନଙ୍କୁ କାବୁ କରିନେଇଥିଲା। ଫେରାର ଅନ୍ୟ ଅଭିଯୁକ୍ତମାନେ ତାଳଚେର ଅଞ୍ଚଳକୁ ପଳାଇଥିବା ସୂଚନା ପାଇ ଆଠଗଡ ପୁଲିସ ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି। ସୂଚନା ପାଇ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ଦେବଦତ୍ତ ବରାଳ ଆଠଗଡ ଥାନାକୁ ଆସି ଘଟଣା ସଂପର୍କରେ ଆଲୋଚନା କରିବା ସହ ଫେରାର ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଧରିବା ପାଇଁ ଆଠଗଡ ପୁଲିସକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories