www.samajalive.in
Sunday, December 14, 2025
26.1 C
Bhubaneswar

ଗଣିତ ଶିକ୍ଷକ ପାଲଟିଲେ ଚୋର, ହେଲେ ଅଳସୁଆମୀ ପାଇଁ ଏମିତି ଧରା ପଡିଲେ

କାନପୁର- ଉତ୍ତରପ୍ରଦେଶର କାନପୁରେ ଚୋରି କରିବା ପାଇଁ ଆସି ଶୋଇ ପଡିଲା ଚୋର । ଜଣଙ୍କ ଘରେ ଚୋରି କରିବା ପାଇଁ ଚୋର ଦଳ ପଶିଥିଲେ । ଜଣେ ଚୋର ତା ସାଥିମାନଙ୍କୁ ଚୋରି କରିବାକୁ କହି ନିଜେ ଆରମ କରୁଥିଲା । ଏହି ଚୋର ଶୋଇଥିବା ବେଳେ ତା ସାଙ୍ଗମାନେ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । ଧରା ପଡିଥିବା ଚୋର ନିଜକୁ ଗଣିତ ଶିକ୍ଷକ ବୋଲି କହିଛି । ସେ ପିଲାଙ୍କୁ ଏକ ଟ୍ୟୁଟୋରିଆଲ୍‌ ରେ ଗଣିତ ପଢାଇଥିଲା । ମାତ୍ର ସେଠାରୁ ତାକୁ ବାହାର କରିଦେବାରୁ ସେ ଏବେ ଚୋରି କରୁଥିବା କଥା ପୁଲିସକୁ କହିଛି ।

 

- Advertisement -

ଇନ୍ଦ୍ର କୁମାର ନାମକ ବ୍ୟକ୍ତିଙ୍କର ପତ୍ନୀଙ୍କର ଦେହାନ୍ତ ହୋଇଯାଇଥିଲା । ସେ ଗାଁକୁ ଅନ୍ତିମ ସଂସ୍କାର କରିବାପାଇଁ ଯାଇଥିଲେ, ପଡୋଶୀଙ୍କ ଘରେ ତାଙ୍କର ଚାବି ଦେଇଥିଲେ । ଘର ତାଲା ପଡିଥିବା ଦେଖି ଚୋରମାନେ ଘରେ ଚୋରି କରିବା ପାଇଁ ପଶିଥିଲେ । ଦୀପକ ନାମକ ଚୋରି ତା ସାଙ୍ଗ ସୋନୁ ଏବଂ ସୁନୀଲ ସହ ମିଶି ଚୋରି କରିବା ପାଇଁ ଆସିଥିଲା । ଦୀପକ ସେଠାରେ ଶୋଇ ପଡିଥିଲା ।

Also read- ପୁଣି ବଢିବ ବର୍ଷା ପରିମାଣ- ସେପ୍ଟେମ୍ବର ୧୩ରେ ଓଡିଶାରେ ଲଘୁଚାପ

ଇନ୍ଦ୍ରଙ୍କ ପଡୋଶୀ ଗଛରେ ପାଣି ଦେବା ପାଇଁ ଆସିବା ବେଳେ ଚୋର ଶୋଇଥିବା ଦେଖିଥିଲେ । ତୁରନ୍ତ ତାଙ୍କୁ ଅନ୍ୟମାନଙ୍କ ସହାୟତାରେ ଧରିବା ସହ ବାନ୍ଧି ଦେଇଥିଲେ । ଉତ୍ତମ ମଧ୍ୟମ ଦେବା ପେର ପୁଲିସକୁ ଖବର ଦେଇଥିଲେ । ପୁଲିସ ଏହି ଘଟଣାରେ ସାମିଲ ଅନ୍ୟ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଚଢଉ ଜାରି ରଖିଛି ।

ଅନ୍ୟ ଦୁଇ ଚୋର ଟଙ୍କା ଏବଂ ମୂଲ୍ୟବାନ ସାମଗ୍ରୀ ନେଇ ଫେରାର ହୋଇଯାଇଥିଲେ । । ସେମାନଙ୍କ ଠାରୁ ଦେଢ ଲକ୍ଷ ଟଙ୍କାର ଚୋରୀ ସାମଗ୍ରୀ ଜବତ ହୋଇଛି । ଅନ୍ୟ ଜଣେ ଚୋର ଫେରାର ହୋଇଯାଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories