www.samajalive.in
Monday, December 8, 2025
24.1 C
Bhubaneswar

‘ମେଣ୍ଟ ଗଠନ ନେଇ ବିଜେପି ଭୟଭୀତ’

ଶ୍ରୀନଗର : ଏକ ନାଟକୀୟ ଘଟଣାକ୍ରମେ ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକ ବୁଧବାର ସନ୍ଧ୍ୟାରେ ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ କରିଛନ୍ତି। ରାଜ୍ୟପାଳଙ୍କ ପଦକ୍ଷେପ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏନ୍‍ସି ନେତା ଓମାର ଅବଦୁଲ୍ଲା କହିଛନ୍ତି ଯେ ତାଙ୍କ ଦଳ ୫ମାସ ଧରି ବିଧାନସଭା ଭଙ୍ଗକରି ସାନି ନିର୍ବାଚନ ପାଇଁ ଦାବି କରିଆସୁଥିଲେ ମଧ୍ୟ ରାଜ୍ୟପାଳ ଏଥିପ୍ରତି କର୍ଣ୍ଣପାତ କରୁ ନଥିଲେ। ଏବେ ବିଜେପି ଓ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ଏଭଳି ତରବରିଆ ପଦକ୍ଷେପ ନେଇଛନ୍ତି। ସେହିଭଳି ମେହବୁବା ମୁଫ୍‍ତି କହିଛନ୍ତି ଯେ ପିଡିପି-ଏନ୍‍ସି ଓ କଂଗ୍ରେସ ମେଣ୍ଟ ସରକାର ଗଠନ ପାଇଁ ଦାବି କରିବାରେ ବିଜେପି ଭୟଭୀତ ହୋଇ ବିଧାନସଭାକୁ ଭାଙ୍ଗିବା ପାଇଁ ରାଜ୍ୟପାଳଙ୍କୁ ଉପଯୋଗ କରିଛି। ଏହି ଅବସରରେ ମେହବୁବା କଂଗ୍ରେସ ନେତ୍ରୀ ଅମ୍ବିକା ସୋନି ଓ ଏନ୍‍ସି ନେତା ଓମାରଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories