www.samajalive.in
Monday, December 8, 2025
27.1 C
Bhubaneswar

ମନ୍ତ୍ରୀ ଓ ଅଧିକାରୀଙ୍କ ଦୁର୍ନୀତି ତଥ୍ୟ ଦେବାକୁ ମନାକଲା ପିଏମ୍‍ଓ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀମାନଙ୍କ ବିରୋଧରେ ରହିଥିବା ଦୁର୍ନୀତି ଅଭିଯୋଗ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ) ମନା କରିଦେଇଛି। କେତେଜଣ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ସରାରୀ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମିଳିଥିଲେ ସୁଦ୍ଧା ଏହାକୁ ସର୍ବସାଧାଣରେ ପ୍ରକାଶ କରିହେବ ନାହିଁ ବୋଲି ପିଏମ୍‍ଓ ପକ୍ଷରୁ କୁହାଯାଇଛି। ସିବିଆଇ ଲାଞ୍ଚ ମାମଲାରେ ଅଭିଯୁକ୍ତ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ହରିଭାଇ ପାର୍ôଥଭାଇଙ୍କ ବିରୋଧ ମଧ୍ୟ ତଥ୍ୟ ଦେବାକୁ ପିଏମ୍‍ଓ ମନା ରିଦେଇଛି। ଦୁର୍ନୀତି ଅଭିଯୋଗଗୁଡ଼ିକ ବେନାମି ଓ ନିରାଧାର ଥିବା ପିଏମ୍‍ଓ ପକ୍ଷରୁ କୁହାଯାଇଛି। ପୂର୍ବତନ ଭାରତୀୟ ଜଙ୍ଗଲ ସେବା ଅଧିକାରୀ (ଆଇଏଫ୍‍ଏସ୍‍) ତଥା ସୂଚନା ଅଧିକାର କର୍ମୀ ସଞ୍ଜୀବ ଚତୁର୍ବେଦୀଙ୍କ ପକ୍ଷରୁ ପିଏମ୍‍ଓରୁ ଏଭଳି ତଥ୍ୟ ଆହ୍ୱାନ କରାଯାଇଥିଲା ଓ ଏହାର ଉପରୋକ୍ତ ଜବାବ ମିଳିଛି। ପୂର୍ବରୁ ଚତୁର୍ବେଦୀ ବହୁ ବଡ଼ବଡ଼ ଦୁର୍ନୀତି ରହସ୍ୟ ଉନ୍ମୋଚନ କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

Related Articles

Popular Categories