ଆଜିଠୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ଶିଖର ସମ୍ମିଳନୀ, ଏକାଠି ହୋଇଛନ୍ତି ବିଶ୍ୱର ପ୍ରମୁଖ ନେତୃବୃନ୍ଦ..
ପ୍ରଗତି ମୈଦାନ ଭାରତ ମଣ୍ଡପମ୍ରେ ମୁଖ୍ୟ କାର୍ଯ୍ୟକ୍ରମ, ରାଜଧାନୀ ଦିଲ୍ଲୀରେ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା..
ପ୍ରଥମ ଥର ପାଇଁ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି ଜି-୨୦ ଶିଖର ସମ୍ମିଳନୀ..
ଜି-୨୦ ସମ୍ମିଳନୀ .. ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱାଗତ ସମ୍ବୋଧନ..
ବିଶ୍ୱରେ ସଂପ୍ରତି ବିଶ୍ୱାସର ନୂଆ ସଙ୍କଟ ଦେଖା ଦେଇଛି..
ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ – ପ୍ରଧାନମନ୍ତ୍ରୀ..
ଜି-୨୦ ନୂଆ ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ..
ଆଫ୍ରିକୀୟ ୟୁନିୟନର ସଦସ୍ୟତା ନେଇ ଘୋଷଣା କଲେ ମୋଦୀ..
ଜି-୨୦ ସମ୍ମିଳନୀ .. ସ୍ୱାଗତ ସ୍ଥଳରେ ଶୋଭା ପାଉଛି ଓଡିଶାର ଐତିହ୍ୟ କୋଣାର୍କ ଚକ..
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ..
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ..
ଦୁର୍ନୀତି ମାମଲାରେ ଗିରଫ କଲା ଆନ୍ଧ୍ରପ୍ରଦେଶ ସିଆଇଡି..
ଦକ୍ଷତା ବିକାଶ ମାମଲାରେ,୨୫୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ଗିରଫ..
ମରକ୍କୋରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୮, ବର୍ତ୍ତମାନ ସୁଦ୍ଧା ୨୯୬ ଲୋକଙ୍କ ମୃତ୍ୟୁ ସୂଚନା..
ଚଳିତ ମାସ ୧୧ ଓ ୧୨ ତାରିଖରେ ରାଜ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା – ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି..



