www.samajalive.in
Saturday, December 6, 2025
26.1 C
Bhubaneswar

ଆରମ୍ଭ ହେଲା ଜି-୨୦ ସମ୍ମିଳନୀ ; ଅତିଥିଙ୍କ କରମର୍ଦ୍ଧନ କରି ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଠାରୁ ନୂଆଦିଲ୍ଲୀରେ ଦୁଇ ଦିନିଆ ଜି-୨୦ ସମ୍ମିଳନୀ ଆରମ୍ଭ ହୋଇଛି। ସୁସଜ୍ଜିତ ଭାରତ ମଣ୍ଡପମ୍‌‌ରେ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ମଣ୍ଡପମ୍‌‌ରେ ଅତିଥିମାନଙ୍କ ଆଗମନ ହୋଇଛି। ଭାରତ ମଣ୍ଡପମ୍‌‌ରେ ଏକାଠି ହୋଇଛନ୍ତି ବିଶ୍ୱନେତା। ଅତିଥିମାନଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସମସ୍ତ ଅତିଥିଙ୍କ କରମର୍ଦ୍ଧନ କରି ପାଛୋଟି ନେଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ୱାଗତ ସ୍ଥଳରେ ଓଡିଶାର ଐତିହ୍ୟ କୋଣାର୍କ ଚକ ଶୋଭା ପାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ।

ଜି୨୦ ଶିଖର ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ – ମାନ୍ଦାବସ୍ଥା ସତ୍ୱେ ସମ୍ପୂର୍ଣ୍ଣ ବିକାଶ

ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଗତ ସମ୍ବୋଧନ ଦେଇ କହିଛନ୍ତି, ବିଶ୍ୱରେ ସଂପ୍ରତି ବିଶ୍ୱାସର ନୂଆ ସଙ୍କଟ ଦେଖା ଦେଇଛି। ବିଶ୍ୱାସର ଏହି ସଙ୍କଟକୁ ଦୂର କରାଯାଇ ପାରିବ। ଏକାଠି ହେଲେ ସବୁ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଆସିଛି। ସବକା ସାଥ୍‌‌, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

- Advertisement -

ଜି-୨୦ ସମ୍ମିଳନୀରେ ସ୍ୱାଗତ ସମ୍ବୋଧନରେ ମରକ୍କୋର କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ଭୂକମ୍ପ କ୍ଷତିଗ୍ରସ୍ତ ମରକ୍କୋ ସହ ପୂରା ବିଶ୍ୱ ଅଛି। ମରକ୍କୋକୁ ସହଯୋଗ ଯୋଗାଇ ଦେବାକୁ ଭାରତ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories