www.samajalive.in
Friday, December 12, 2025
15.1 C
Bhubaneswar

୧୮୧ ଭ୍ରାମ୍ୟମାଣ ପ୍ରାଣୀସେବା ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୮୧ଟି ଭ୍ରାମ୍ୟମାଣ ପ୍ରାଣୀସେବା ଯାନର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯୋଜନା ଅଧୀନରେ ରାଜ୍ୟରେ ପ୍ରାଣୀଧନଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନରେ ଏହି ନୂତନ ଯାନଗୁଡ଼ିକ ବ୍ୟବହାର କରାଯିବ।
ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନଠାରୁ ଦୂରରେ ଅବସ୍ଥିତ ଗାଁର ପ୍ରାଣୀପାଳକ ତଥା କୃଷକଙ୍କ ଦୁଆରମୁହଁରେ ପ୍ରାଣୀ ଚିକିତ୍ସା ସେବା ଯୋଗାଇବା ଦେବାକୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ୟୁନିଟ୍ କାର୍ଯ୍ୟ କରୁଛି।
ପ୍ରାଣୀପାଳକଙ୍କ ଜୀବନକୁ ଅଧିକ ଆରାମଦାୟକ କରିବା, ଆୟ ବହୁଗୁଣିତ କରିବା ଏବଂ ସେମାନଙ୍କ ମୁହଁରେ ହସ ଆଣିବା ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଚାଷୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉଦ୍ୟୋଗୀଙ୍କ ପାଇଁ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରକୁ ଅଭିବୃଦ୍ଧିର ପରବର୍ତ୍ତୀ ସ୍ତର ଭାବେ ଚିହ୍ନଟ କରାଯାଇଛି। ଭ୍ରାମ୍ୟମାଣ ପ୍ରାଣୀସେବା ଯାନଗୁଡ଼ିକ ପୂର୍ବରୁ ଭଡ଼ା ଜରିଆରେ ଚାଲୁଥିଲା। ରାଜ୍ୟ ସରକାର ଏବେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଜିଲାରେ ୧୮୧ ଭ୍ରାମ୍ୟମାଣ ପ୍ରାଣୀସେବା ୟୁନିଟ୍‌ର ବ୍ୟବହାର ପାଇଁ ନିଜସ୍ବ ଯାନ ପ୍ରଦାନ କରିଛନ୍ତି। ଏହି ଭ୍ରାମ୍ୟମାଣ ପ୍ରାଣୀସେବା ଯାନଗୁଡ଼ିକ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀପାଳନ ପରାମର୍ଶ ସେବା ପ୍ରଦାନ କରିବ। ଚାଷୀଙ୍କ ପାଇଁ ସଚେତନତା ଶିବିରକୁ ବାଦ୍‌ ଦେଇ ଜଟିଳ ଅ‌େ‌ସ୍ତ୍ରାପଚାର, ଟିକାକରଣ ଏବଂ ନିଦାନ ସେବା ଆଦି ପ୍ରଦାନ କରାଯିବ। ପ୍ରାଣୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସମୟର ଆବଶ୍ୟକତା‌ ଅନୁସାରେ ଆନିମଲ ହେଲ୍‌ପଲାଇନ୍ ଜରିଆରେ ଏହି ଭ୍ରାମ୍ୟମାଣ ଯାନଗୁଡ଼ିକ ବୁଲା ପ୍ରାଣୀଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ପ୍ରଦାନ କରିବ। ଏହି ଯାନଗୁଡ଼ିକରେ ନୂତନ ଜ୍ଞାନକୌଶଳ ବ୍ୟବହାର ସହ ପ୍ରାଣୀସେବା ମିଳିବ। ଜିପିଏସ୍‌ ବ୍ୟବହାର କରାଯାଇ ଏହି ଯାନଗୁଡ଼ିକର ଲୋକେସନ୍ ଟ୍ରାକ୍ କରାଯିବ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ରାଜ୍ୟରେ ପ୍ରାଣୀ ସମ୍ପଦର ବିକାଶକୁ ଏକ ନୂତନ ସୋପାନକୁ ନେବାରେ ଭ୍ରାମ୍ୟମାଣ ପ୍ରାଣୀସେବା ଯାନଗୁଡ଼ିକ ସକ୍ଷମ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ, ପ୍ରାଣୀପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ନିର୍ଦେଶକ ଯୋଗ ଦେଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories