www.samajalive.in
Friday, December 12, 2025
27.1 C
Bhubaneswar

ଅଷ୍ଟ୍ରେଲିଆରୁ ପ୍ରଶଂସା ସାଉଣ୍ଟିଲା ‘କେନ୍ଦୁଝର ମଡେଲ୍’

କେନ୍ଦୁଝରଗଡ଼ : ଜିଲା ପ୍ରଶାସନ ସହାୟତାରେ କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂରେ ବିଟେକ୍ ପାସ୍‌‌ କରିଥିବା ୫ ଛାତ୍ରଛାତ୍ରୀ ଖୁବଶୀଘ୍ର ଅଷ୍ଟ୍ରେଲିଆର କର୍ଟିନ୍ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ ସୁଯୋଗ ପାଇବେ। ଏହି ଉପଲକ୍ଷେ ଶୁକ୍ରବାର କେନ୍ଦୁଝର ଅଡିଟୋରିୟମରେ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଓ କର୍ଟିନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ସହଭାଗିତାର ପାଳନ ଉଦ୍ଦେଶ୍ୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କୋଲକାତା ଠାରେ ଅବସ୍ଥାପିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ରୋୱାନ ଏନ୍ସୱର୍ଥ, ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ନିବେଶକ ମିଶନର ଡେନିସ୍ଇଟନ୍, କର୍ଟିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାକ ର୍ଓଡେନ୍, ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ବାଣିଜ୍ୟ ଓ ନିବେଶ ଉପମହାନିର୍ଦ୍ଦେଶକ ଆଲେକ୍ସ କିଙ୍ଗ୍, ଭାରତ ଓ ଗଲ୍ଫ କ୍ଷେତ୍ର ପାଇଁ ନିଯୁକ୍ତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର ବାଣିଜ୍ୟ ଓ ନିବେଶ କମିଶନର ନଶିଦ୍ ଚୌଧୁରୀ ଏବଂ ଦକ୍ଷିଣ ଏସିଆ ଦାୟିତ୍ୱରେ ଥିବା ଆଇଡିପି ଅଷ୍ଟ୍ରେଲିଆର ଡେଷ୍ଟିନେସନ୍ ଡାଇରେକ୍ଟ ତିଭାସେନ୍ ପ୍ରମୁଖ ଆଭାସୀ ଯୋଗେ ଯୋଡି ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଅଡିଟୋରିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ଆଶିଷ ଠାକରେ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣ୍ରୁପସାଦ ଆଚାର୍ଯ୍ୟ, କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟର ପ୍ରଫେସର ତ୍ରିଲୋଚନ ସାହୁ, ମାଇନିଂ ବିଭାଗ ମୁଖ୍ୟ ଡ. ସୌମ୍ୟରଞ୍ଜନ ମଲ୍ଲିକ ଏବଂ ଅଷ୍ଟ୍ରେଲିଆର କର୍ଟିନ ବିଶ୍ୱବିଦ୍ୟାଳୟରେ ପଢ଼ିବା ଲାଗି ଚୟନ ହୋଇଥିବା ୫ ଛାତ୍ରଛାତ୍ରୀ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ କେନ୍ଦୁଝର ଜିଲା ଖଣିଜ ପ୍ରତିଷ୍ଠାନର ପ୍ରକଳ୍ପ ଅଧିକାରୀ ଡ. ସତ୍ୟସ୍ୱରୂଞ୍ଚ ପଣ୍ଡା ପ୍ରାକ ସୂଚନା ପ୍ରଦାନ ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ କେନ୍ଦୁଝର ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ଅଷ୍ଟ୍ରେଲିଆରେ ଉଚ୍ଚଶିକ୍ଷା ଲାଭ ପାଇଁ ମନୋନିତ ହୋଇଥିବା ଛାତ୍ରୀ ସୁଶ୍ରୀ ମିନର୍ଭା ସାହୁ, ଛାତ୍ର ଅଦ୍ୱିକ୍ କୁମାର, ଆକିବ୍ ଅହମ୍ମଦ, ଗିତିଶ ଶେଖର ନାୟକ ଓ ସରୋଜ କୁମାର ବିଶ୍ୱକର୍ମା ଏବଂ ସେମାନଙ୍କ ଅଭିଭାବକଙ୍କୁ ଜିଲାପାଳ ଶ୍ରୀ ଠାକରେ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଆଚାର୍ଯ୍ୟ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ଦେଇ ସମ୍ମାନିତ କରିଥିଲେ।
ଆଭାସୀ ଯୋଗେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିବା ଅତିଥିମାନଙ୍କ ମଧ୍ୟରୁ ପ୍ରଥମେ କନସୁଲ ଜେନେରାଲ ରୋୱାନ୍ ଏନ୍ସୱର୍ଥ ନିଜ ବକ୍ତବ୍ୟରେ ଜିଲା ପ୍ରଶାସନର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ନିବେଶ କରି ଆମେ ଆମ ଭବିଷ୍ୟତକୁ ପ୍ରସ୍ତୁତ କରୁଛେ ବୋଲି କହିଥିଲେ। କେନ୍ଦୁଝରର ଏହି ମଡେଲକୁ ଆଗାମୀ ଦିନରେ ଅନ୍ୟମାନେ ଅନୁସରଣ କରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ସେହିଭଳି ପ୍ରଫେସର ମାକ ର୍ଓଡେନ୍ ନିଜ ବକ୍ତବ୍ୟରେ କର୍ଟିନ୍ ବିଶ୍ୱବିଦ୍ୟାଳୟରେ ମାଇନିଂ ଇଞ୍ଜିନିୟରିଂ କ୍ଷେତ୍ରରେ ଉଚ୍ଚଶିକ୍ଷା ଲାଭ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଏବଂ ଅତ୍ୟାଧୁନିକ ଗବେଷଣା ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ସେହିଭଳି ୫ ଜଣ ଛାତ୍ରଛାତ୍ରୀ ନିଜ ନିଜର ବକ୍ତବ୍ୟରେ ସେମାନଙ୍କୁ ମିଳିଥିବା ସୁଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯେଉଁ ପରାମର୍ଶ ସବୁ ଦେଇଥିଲେ ତାହାକୁ ସେମାନେ ରଖିବା ସହ କ୍ୟାରିୟର ଲକ୍ଷ୍ୟ ହାସଲ ଦିଗରେ କଠିନ ପରିଶ୍ରମ କରିବେ ଏବଂ ନିଜ ମାତୃଭୂମିକୁ ଭବିଷ୍ୟତରେ ସେବା ଯୋଗାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଜିଲ୍ଲାପାଳ ଆଶିଷ ଠାକରେ ନିଜ ଅଭିଭାଷଣ ରଖି ଆଗକୁ ବିଭିନ୍ନକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ଆସୁଥିବା କେନ୍ଦୁଝରର ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମାନ ଧରଣର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories