www.samajalive.in
Saturday, December 13, 2025
26.1 C
Bhubaneswar

ଆନ୍ତର୍ଜାତୀୟ ସାକ୍ଷରତା ଦିବସ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟରେ ଶୁକ୍ରବାର ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦଙ୍କ ନେତୃତ୍ଵରେ ସମସ୍ତ ବିଦ୍ୟାଳୟରେ ସଭା ସମିତି କରାଯାଇ କଣ୍ଟାବାଞ୍ଜି ନଗରରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା। ନୋଡାଲ ସ୍କୁଲ୍, ଝାଂକରପଡ଼ା ସ୍କୁଲ, ନୂଆପଡ଼ା, ଉର୍ଦ୍ଦୁ, କଳିଙ୍ଗନଗର , ରାଜେନ୍ଦ୍ର ନଗର , ଝୁପୁଡ଼ିପଡ଼ା,ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏହିଭଳି  ସମସ୍ତ ସ୍କୁଲ୍ ନିଜ ନିଜ ବ୍ୟାନର ଓ ବିଭିନ୍ନ ସ୍ଲୋଗାନ ସହ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ନଗର ପରିକ୍ରମା କରିଥିଲେ । ଭାରତର ସମସ୍ତ ନାଗରିକ ଜାତି, ଧର୍ମ,ବର୍ଣ୍ଣ, ଲିଙ୍ଗ, ବୟସ ଆଧାରରେ ସମସ୍ତେ କିପରି ସାକ୍ଷର ହେବେ ସେ ନେଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ନିହାରିକା ନାଗ, ଅଶୋକ କୁମାର ତରିଆ, ସବିତା ମହାପାତ୍ର, ସ୍ୱର୍ଣ୍ଣ ଲତା ଦାଶ , ସରସ୍ଵତୀ ବଗର୍ତ୍ତି,ସବିତା ରଣା, ଜୟନ୍ତୀ ଷଡ଼ଙ୍ଗୀ, ସୁଭାଷିନୀ ମେହେର, ବୀଣାପାଣି ଦାସ,ଶାନ୍ତିଲତା ଭୋଇ ପ୍ରମୁଖ  ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories