www.samajalive.in
Thursday, December 11, 2025
18.1 C
Bhubaneswar

୧୭ ଦିନ ପରେ ଜଙ୍ଗଲରୁ ସୁରକ୍ଷିତ ଉଦ୍ଧାର ହେଲେ ବୃଦ୍ଧ

ପାତ୍ରପୁର: କଥାରେ ଅଛି ରଖେ ହରି ତ ମାରେ କିଏ ଆଉ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ପାତ୍ରପୁର ବ୍ଲକ ଜରଡ଼ା ଗ୍ରାମରେ। ପାତ୍ରପୁର ବ୍ଲକ ଜରଡା କୁମ୍ଭାର ସାହିର ଏକାଦଶୀ ବେହେରା(୬୫) ୧୭ ଦିନ ତଳେ ଜଙ୍ଗଲକୁ କାଠ ଆଣିବାକୁ ଯାଇ ନିଖୋଜ ହୋଇ ଯାଇଥିବା ବେଳେ ଶୁକ୍ରବାର ତାଙ୍କର ପତ୍ତା ମିଳିବା ସହ ସେ ଘରକୁ ଫେରିଛନ୍ତିି। ଯାହାକୁ ନେଇ ଗ୍ରାମ ତଥା ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଛେଳି ଚରାଳି ବୃଦ୍ଧଙ୍କୁ ଜଙ୍ଗଲ ମଧ୍ୟରେ ଦେଖିବା ପରେ ଚିକିତ୍ସା କରି ଘରକୁ ନେଇଥିଲେ। ତେବେ ସେ ଅଖିଆ ଅପିଆ ୧୭ ଦିନ ଜଙ୍ଗଲରେ ପଡ଼ିରହି ମଧ୍ୟ ସୁସ୍ଥ ଥିବା ସମସ୍ତଙ୍କୁ ଚକିତ କରିଦେଇଛି।

ସବୁଦିନ ଭଳି ଏକାଦଶୀ ଶୁଖିଲା କାଠ ସଂଗ୍ରହ ପାଇଁ ଗତ ମାସ ୨୩ତାରିଖରେ ଗ୍ରାମ ନିକଟ ପଣାଖିଆ ଜଙ୍ଗଲକୁ ଯାଇଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ସେ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ତାଙ୍କ ପତ୍ତା ନପାଇ ୨୪ତାରିଖରେ ଥାନାରେ ଏତଲା ଦେଇଥିଲେ। ତେବେ ଇତି ମଧ୍ୟରେ ଏକାଦଶୀ ଖରା ବର୍ଷାରେ ଜଙ୍ଗଲରେ ପଡ଼ି ରହିଥିବା ବେଳେ ଆଜି ଜରଡା ଗିରି ଗୋବର୍ଦ୍ଧନ ପାହାଡ ପାଖରେ ଅଚେତ ଅବସ୍ଥାରେ ଥିବା ବେଳେ ଜଣେ ଛେଳି ଜଗୁଆଳୀ ଦେଖୀ ପ୍ରଥମେ ଭୟଭୀତ ହୋଇ ତାଙ୍କ ପାଖକୁ ଅନ୍ୟ ଚରାଳିଙ୍କ ସହିତ ଯାଇଥିଲେ। ସେ ବଞ୍ଚିଥିବା ଜାଣି ତୁରନ୍ତ ଗ୍ରାମକୁ ପହଞ୍ଚି ସୂଚନା ଦେଇଥିଲେ। ଖବର ପାଇ ଗ୍ରାମବାସୀ ଓ ପରିବାର ବର୍ଗ ଜଙ୍ଗଲକୁ ଯାଇ ଏକାଦଶୀଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବା ପରେ ଘରକୁ ଆଣିଥିଲେ। ନିଖୋଜ ବୃଦ୍ଧଙ୍କୁ ପାଇବା ପରେ ପରିବାର ବର୍ଗ ଖୁସି ବ୍ୟକ୍ତ କରିଥିବା ବେଳେ ୧୭ ଦିନ ଭୋକ ଉପାସରେ ରହି ବୃଦ୍ଧ ଜଣକ କିପରି ଜୀବନ ବଞ୍ଚାଇ ରହିଥିଲେ ତାହା ଆଶ୍ଚର୍ଯ୍ୟ ଘଟଣା ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories