www.samajalive.in
Sunday, December 14, 2025
26.1 C
Bhubaneswar

ଆଠଗଡରେ ଗଡିଲା କୃଷି ସଚେତନତା ରଥ

ଆଠଗଡ :  ଆଠଗଡ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ବ୍ଲକର ୩୪ଟି ଯାକ ପଞ୍ଚାୟତରେ କୃଷି ସଚେତନତା ପାଇଁ କୃଷି ରଥ ଗୁରୁବାରଠାରୁ ବୁଲିବା ଆରମ୍ଭ କରିଛି । କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତ ଯୋଗଦେଇ ସବୁଜ ପତାକା ଦେଖାଇ କୃଷି ସଚେତନତା ରଥ ପରିକ୍ରମା  ଶୁଭାରମ୍ଭ କରିଥିଲେ। ଏହି କୃଷି ରଥ ଆଠଗଡ ବ୍ଲକର ସମସ୍ତ ୩୪ଟି ପଞ୍ଚାୟତ ଆଗାମୀ ୬ଦିନ ମଧ୍ୟରେ ପରିକ୍ରମା କରି କୃଷକମାନଙ୍କୁ ଲୋକକଳା ଓ ଲୋକ ସଂଗୀତ ମାଧ୍ୟମରେ ସରକାରଙ୍କ ପକ୍ଷରୁ ପ୍ରଣିତ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରିବା ସହ ସରକାରୀ ଯୋଜନାରେ ମିଳୁଥିବା ସହାୟତା ଓ ଆନୁସଙ୍ଗିକ ସୁବିଧା ବିଷୟରେ ଚାଷୀଙ୍କୁ ଅବଗତ କରାଇବ ବୋଲି ଆତ୍ମା ଅଧ୍ୟକ୍ଷ ଶ୍ରୀ ରାଉତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, କୃଷି ଅଧିଦର୍ଶକ ରସାନନ୍ଦ ସାହୁଙ୍କ ସମେତ ଗ୍ରାମ୍ୟ କୃଷି କର୍ମଚାରୀ, ସହକାରୀ ବୈଷୟିକ ପରିଚାଳକ ଓ କୃଷକ ସାଥୀମାନେ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories