www.samajalive.in
Monday, December 8, 2025
13.1 C
Bhubaneswar

ନେପାଳ ରାଷ୍ଟ୍ରଦୂତଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କୋଣାର୍କ : ଵୁଧବାର ଦିବା ୨ଘଟିକା ସମୟରେ ନେପାଳର ରାଷ୍ଟ୍ରଦୂତ ମଦନ ଭଟ୍ଟରାୟ ସପରିବାର ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିବା ଜଣାପଡିଛି। କୋଣାର୍କ ସୂର୍ଯ୍ୟ ମନ୍ଦିରରର ମୁଖ୍ୟ ଫାଟକ ସମ୍ମୁଖରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ନେପାଳର ରାଷ୍ଟ୍ରଦୂତ ଶ୍ରୀ ଭଟ୍ଟରାୟ ସପରିବାରଙ୍କୁ ସ୍ଥାନୀୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ପରେ ରାଷ୍ଟ୍ରଦୂତ ଶ୍ରୀ ଭଟ୍ଟରାୟ ସପରିବାର ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ସରକାରୀ ସ୍ଵୀକୃତିପ୍ରାପ୍ତ ଗାଇଡ ଆଭାସ ଚରଣ ମହାନ୍ତି ରାଷ୍ଟ୍ରଦୂତ ଶ୍ରୀ ଭଟ୍ଟରାୟ ସପରିବାରଙ୍କୁ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, କଳା, ସଂସ୍କୃତି ଓ ଏହାର ଇତିହାସ ଓ ଗାଥା ସମ୍ବନ୍ଧରେ ଵିଶଦ ଭାଵରେ ଅବଗତ କରାଇଥିଲେ। ପରେ ପରେ ରାଷ୍ଟ୍ରଦୂତ ସପରିବାର ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ଇଣ୍ଟରପିଟେସନ କେନ୍ଦ୍ର ବୁଲି ଦେଖିବା ସହ ମନ୍ଦିର ସମ୍ପର୍କରେ ସବିଶେଷ ତଥ୍ୟ ଆଧାରିତ ତଥ୍ୟ ଭିତିକ ଫିଲ୍ମକୁ ଉପଭୋଗ କରିଥିଲେ। ଏହି ଗସ୍ତ ସମୟରେ କୋଣାର୍କ ଥାନା ଏସ., ଆଇ ପ୍ରଫୁଲ୍ଲ ନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ, କୋଣାର୍କ ମନ୍ଦିର ଦାୟିତ୍ବ ରେ ଥିବା ଏଏସଆଇ ଅଧିକାରୀ ଚିତ୍ତ ରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories