www.samajalive.in
Sunday, December 14, 2025
23.1 C
Bhubaneswar

ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠରେ ବିଜ୍ଞାନ ମେଳା, ୩୯ ପ୍ରକଳ୍ପ ପ୍ରଦର୍ଶିତ

ଗୁରୁଡିଝାଟିଆ: ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠରେ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି। ମୋଟ ୩୯ଟି ପ୍ରକଳ୍ପ ବିଦ୍ୟାର୍ଥୀମାନେ ପ୍ରଦର୍ଶିତ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମେନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ବିଜ୍ଞାନମେଳାକୁ ଉଦଘାଟନ କରି ବିଜ୍ଞାନ କ୍ଷେତ୍ରରେ ଆମଦେଶ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସଦ୍ୟ ଚନ୍ଦ୍ରଯାନ-୩ ସଫଳତାର ସହିତ ଅବତରଣ ପରେ ସୂର୍ଯ୍ୟ ସଂପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଆଦିତ୍ୟ ଏଲ ୧ ପ୍ରେରଣ କରିଛି। ବିଦ୍ୟାର୍ଥୀମାନେ ବିଜ୍ଞାନ ଅନିସନ୍ଧିତ୍ସୁ ହୋଇ ଏବେଠାରୁ ଉଦ୍ୟମ କଲେ ଆଗାମୀ ଦିନରେ ଭଲ ଓ ବଡ ମଣିଷ ହେବା ସହ ବୈଜ୍ଞାନିକ ହୋଇ ଦେଶ ଓ ବିଶ୍ୱର କଲ୍ୟାଣ କରିପାରିବେ ବୋଲି କହିଥିଲେ। ମୋଟ ୩୯ଟି ପ୍ରକଳ୍ପ ମଧ୍ୟରୁ କନିଷ୍ଠ ବର୍ଗରେ ୨୬ଟି ଓ ବରିଷ୍ଠ ବର୍ଗରେ ୧୩ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

କନିଷ୍ଠ ବର୍ଗରେ ଦେବୀ ପ୍ରସାଦ ସେନାପତି, ଇଶାନ ଖାନ୍ ଓ ଅଙ୍କିତ ମହାରଣା ଯଥାକ୍ରମେ ୧ମ,୨ୟ ଓ ୩ୟ ହୋଇଥିବା ବେଳେ ବରିଷ୍ଠ ବର୍ଗରେ ଦିଶିତା ଅର୍ଶିତା ,ଜ୍ୟୋତି ରଞ୍ଜନ ସାହୁ ଓ କ୍ଷୀରାବ୍ଧି ତନୟା ଯଥାକ୍ରମେ ୧ମ,୨ୟ,୩ୟ ସ୍ଥାନ ଅଧିକାର କରିଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ରୁନୁବାଳା ମହାନ୍ତି, ରମେଶ ଚନ୍ଦ୍ର ଦାସ, ମୌସୁମୀ ପ୍ରଧାନ, ସବ୍ୟସାଚି ଦାସ, ସୌଦାମିନି ଦାସଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମେଳାରେ ବିଚାରକ ଭାବେ ନିବେଦିତା ରଣା ଓ ବିନୟ କୁମାର କରଣ ପ୍ରକଳ୍ପଗୁଡିକୁ ଚୟନ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ସାମଲ ଙ୍କ ଅନ୍ୟାନ୍ୟ ଶିକ୍ଷକଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚଳାନରେ ସହଯୋଗ କରିଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories