www.samajalive.in
Thursday, December 11, 2025
16.1 C
Bhubaneswar

ଜିଲାସ୍ତରୀୟ ଲୋକକଳା ସଂସାଧନ ସଦସ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌‌ଘାଟିତ

କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଲୋକକଳା ମାଧ୍ୟମରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ କେନ୍ଦୁଝର ଜିଲା ପ୍ରଶାସନ ଆନୁକୁଲ୍ୟରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ଜିଲା ସଂସ୍କୃତି କାର୍ଯ୍ୟାଳୟ ମିଳିତ ତତ୍ତ୍ୱାବଧାନରେ ଜିଲା ସଂସ୍କୃତି ଭବନଠାରେ ସୋମବାର ପୂର୍ବାହ୍ନରେ ଜିଲାସ୍ତରୀୟ ସଂସାଧନ ସଦସ୍ୟମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରକୁ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ଅବସରରେ ଲୋକକଳା ହିଁ ଜନସଚେତନତାର ପ୍ରକୃଷ୍ଟ ମାଧ୍ୟମ ବୋଲି କହିଥିଲେ। ଲୋକକଳା ସାଧାରଣତଃ କଳାକାର ମାନଙ୍କ ଜୀବନ ଓ ଜୀବିକା ସହ ଅଙ୍ଗାଙ୍ଗୀ ଭାବେ ଆବାହମାନକାଳରୁ ଜଡ଼ିତ। କେନ୍ଦୁଝର ଜିଲା ଓ ରାଜ୍ୟରେ ସମୃଦ୍ଧ ଲୋକକଳା ପରମ୍ପରା ରହିଛି ଏବଂ ଏହା କଳା ସଂସ୍କୃତି ଓ ଐତିହ୍ୟର ଗନ୍ତାଘର। କଳା ଓ ସଂସ୍କୃତି ଗୋଟିଏ ଜାତିର ଆଧାର ଓ ପରିଚୟ ତଥା ପ୍ରଗତିର ପରିଚାୟକ। ଅବକ୍ଷୟମୁଖୀ ଲୋକକଳାର ପୁନରୁଦ୍ଧାର ସହିତ ଏହାର ପ୍ରଚାର ପ୍ରସାର ଓ ବିକାଶ ସହିତ କଳାକାର ମାନଙ୍କର ଜୀବନ ଜୀବିକାର ଉନ୍ନତି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବିଭିନ୍ନ ଲୋକକଳାର କଳାକାର ମାନଙ୍କୁ ସାମିଲ କରି ଜିଲା କଳା ସଂସ୍କୃତି ସଂଘ ଓ ବ୍ଲକ କଳା ସଂସ୍କୃତି ସଂଘ ଗଠନ କରାଯାଇଛି। ଉକ୍ତ କଳାକାର ମାନଙ୍କ ଜରିଆରେ ଚଳିତମାସ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଅଭିଯାନ ଚାଲୁ ରହିବ। ସୂଚନା, ଶିକ୍ଷା ଓ ସଞ୍ଚାର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ଅଭିଯାନରେ ଲୋକକଳା ପରିବେଷଣ ମାଧ୍ୟମରେ ଜନସଚେତନତା ସୃଷ୍ଟି ଦିଗରେ କୌଶଳ ଓ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଉଛି ବୋଲି ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ତଥା ଭାରପ୍ରାପ୍ତ ଜିଲା ସଂସ୍କୃତି ଅଧିକାରୀ ସଞ୍ଜୀବ କୁମାର ବାରିକ ଏହି ଅବସରରେ ସୁଚନା ଦେଇ ଏହା କହିଛନ୍ତି। ଚଳିତମାସ ୧୨ ତାରିଖ ମଧ୍ୟରେ ଜିଲାର ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ଉକ୍ତ ସଚେତନତା ଅଭିଯାନର ସଫଳତା ପାଇଁ ମୁଖ୍ୟଅତିଥି ଶ୍ରୀ ଆଚାର୍ଯ୍ୟ ପ୍ରଶିକ୍ଷକ ପ୍ରଶିକ୍ଷାର୍ଥୀ ତଥା କଳାକାରମାନଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ। ଉପନିର୍ଦ୍ଦେଶକ ସୂଚନା ଓ ଲୋକସମ୍ପର୍କ କେନ୍ଦୁଝର ଓ ଜିଲା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଶ୍ରୀ ବାରିକ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ତାଲିମ ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରଥମ ଦିନର ବିଭିନ୍ନ ଅଧିବେଶନରେ ଜିଲା କଳା ସଂସ୍କୃତି ସଂଘ ଉପସଭାପତି ଲୋକନାଥ ସାହୁ, ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଶିଷ୍ଟ ପାଲା ଗାୟକ ଡ. ଧିରେନ କୁମାର ମହାନ୍ତି, ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ସମସ୍ତ ୧୩ଟି ବ୍ଳକରୁ ଆସିଥିବା ସଂସାଧନ ସଭ୍ୟଙ୍କୁ ଲୋକକଳା ମାଧ୍ୟମରେ ପ୍ରଚାର ହେବାକୁ ଥିବା ସରକାରୀ ଯୋଜନା ସମ୍ବନ୍ଧରେ ଅବଗତ କରାଇବା ସହ ପ୍ରଚାର ଶୈଳୀ ସମ୍ବନ୍ଧରେ ବିଶଦ ଭାବେ ତାଲିମ ପ୍ରଦାନ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories