www.samajalive.in
Sunday, December 14, 2025
26.1 C
Bhubaneswar

୭୦ ପରିବାର ଉପରୁ ବାସନ୍ଦ ହଟିବ କେବେ?

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ ଗ୍ରାମରେ ପ୍ରାୟ ୭୦ ପରିବାରକୁ କୂଳ ସମାଜ ପକ୍ଷରୁ ଗତ ୫ ବର୍ଷ ଧରି ବାସନ୍ଦ କରା ଯାଇଥିବାରୁ ପରିବାର ସଦସ୍ୟ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗୋଳନ୍ଥରା ସ୍ଥିତ ଇଶାଣେଶ୍ବର ମନ୍ଦିର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ପୀଡ଼ିତ ପରିବାରର ସଦସ୍ୟ ମାନେ ଅଭିଯୋଗ କରିଛନ୍ତି। ଏହା ସହ ଏହି ଘଟଣାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ ପୂର୍ବକ ବାସନ୍ଦ ନହଟିଲେ ପୀଡ଼ିତ ପରିବାର ସଦସ୍ୟ ମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି। ଅଭିଯୋଗ ଅନୁଯାୟୀ ଭାଲିଆଗଡରେ ନିଖିଳ ଓଡ଼ିଶା ତେଲେଙ୍ଗା କୂଳ ସମାଜ ରହିଥିବା ବେଳେ ଗତ ୨୦୧୮ ମସିହାରେ ସାମାନ୍ୟ କଥାକୁ ନେଇ କୂଳ ସମାଜ ପକ୍ଷରୁ ଗାଁରେ କଙ୍ଗାରୁ କୋର୍ଟ କରାଯାଇ ଗ୍ରାମର ଏମ ମୋହନ ରାଓ ଓ ୟାଇ ଗଣପତିଙ୍କ ପରିବାରକୁ ଫାଇନ ବାନ୍ଧିବା ପାଇଁ ତାଗିଦ କରାଯାଇଥିଲା, ନହେଲେ ଗାଁ ରୁ ବାସନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିରେ ରାଜି ନହେବାରୁ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିଲା। କାଳକ୍ରମେ ବିଭିନ୍ନ ଆଳ ଦେଖାଇ ଗାଁର ପ୍ରାୟ ୬୦ ପରିବାର ସମେତ ବାସନ୍ଦ ହୋଇଥିବା ପରିବାରର ସମ୍ପର୍କୀୟ ତଥା ଏରେଣ୍ଡ୍ରା, କିଶୋରଚନ୍ଦ୍ରପୁର ସମେତ ପୁରୁଷୋତ୍ତମପୁର ଅଞ୍ଚଳର ୧୬ ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୪୦ ପରିବାରକୁ ମଧ୍ୟ ବାସନ୍ଦ କରି ଦିଆଯାଇଛି। ଏହି ପରିବାର ପକ୍ଷରୁ ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ହଟାଇବା ପାଇଁ ପୁଲିସ ସମେତ ପ୍ରଶାସନିକ ଅଧିକାରୀଙ୍କ ଠାରେ ଗୁହାରି କରିଥିବା ସହ ସେମାନଙ୍କ ମାନବାଧିକାର ହନନ ହେଉଥିବା ସହ ବାସନ୍ଦ ଯୋଗୁଁ ବାସନ୍ଦ ପରିବାରର ମହିଳା ମାନେ ସୁରକ୍ଷିତ ମଣୁ ନଥିବା ନେଇ ଅଭିଯୋଗ କରିଥିଲେ ମଧ୍ୟ ଆଜି ଯାଏଁ କୌଣସି ସୁଫଳ ମିଳି ନଥିବା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିବା ଏମ ମନମୋହନ ରାଓ, ଓ୍ବାଇ ଗଣପତି, ଏ ପାପାରାଓ, ଡି ହେମ କୁମାର, ବି ଦାମୋଦର, ଏ ଲୋକନାଥ, ଏ ବାଇରୀ, ଏମ ବଲ୍ଲଭ ରାଓ, ଏମ ଚଳପତି, ଏସ ଦାଣ୍ଡାସି, ଏମ ବାବାରାଓ, ପି ସିମାଦ୍ରି, ଏମ ବୁଦ୍ଦି, ବି ସାବିତ୍ରୀ, ଏ ଇନ୍ଦିରା, ଏମ ରମେଶ, ବି ରବିନ୍ଦ୍ର ପ୍ରମୁଖ ମତପୋଷଣ କରିଛନ୍ତି। ଇତି ମଧ୍ୟରେ ବାସନ୍ଦ ହୋଇଥିବା ପରିବାର ସହ ଅନ୍ୟ ଲୋକମାନଙ୍କ ମଧ୍ୟରେ ଝଗଡ଼ା ଲାଗି ପ୍ରାୟ ୧୬ରୁ ଉର୍ଦ୍ଧ୍ବ ମାମଲା ଥାନାରେ ଋଜୁ ହୋଇଥିବା ମଧ୍ୟ ପରିବାର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କ ଉପରେ ଲାଗିଥିବା ବାସନ୍ଦ ନହଟିଲେ, ପରିବାର ସଦସ୍ୟମାନେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories