www.samajalive.in
Sunday, December 14, 2025
26.1 C
Bhubaneswar

୩ ଦିନିଆ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଉଦଘାଟିତ

ସାକ୍ଷୀଗୋପାଳ: ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଦିନଵ୍ୟାପି ଶ୍ରୀକୃଷ୍ଣ ଜନ୍ମୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି। ଶ୍ରୀ ସାକ୍ଷୀଗୋପାଳ ସେଵାୟତ ସଂଘ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ସତ୍ୟଵାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଶ୍ରୀ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଖୁବଶୀଘ୍ର ସାକ୍ଷୀଗୋପାଳ ମନ୍ଦିର ପରିସର, ସମ୍ମୁଖଭାଗ ଓ ବକୁଳବନ ଆକର୍ଷଣୀୟ କରାଯିବ ବୋଲି ସେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ସେଵାୟତ ଉପସ୍ଥିତ ଥିଲେ। ସେଵାୟତ ସଂଘ ସଭାପତି ଶ୍ରୀବତ୍ସ ମହାପାତ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ସତ୍ୟଵାଦୀ ସଙ୍ଗୀତ ମହାଵିଦ୍ୟାଳୟ କଳାକାର ମାନେ ଓଡିଶୀ, ସମ୍ଵଲପୁରୀ, ଭଜନ, ସଂଗୀତ ଓ ନୃତ୍ୟ ପରିଵେଷଣ କରିଥିଲେ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories