www.samajalive.in
Sunday, December 14, 2025
26.1 C
Bhubaneswar

ନିଶାସକ୍ତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅଣଓଡ଼ିଆ ପ୍ରେମିକ ଥାନାରେ ଅଟକ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଜଣେ ନିଶାସକ୍ତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରରେ ଥିବା ନିତ୍ୟପ୍ରମୋଦ ଆପାର୍ଟମେଣ୍ଟରେ। ଶୁକ୍ରବାର ସକାଳୁ ପୁଲିସ ସାଇଣ୍ଟିଫିକ ଟିମ୍‌ ସହିତ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ଆପାର୍ଟମେଣ୍ଟରେ ରହୁଥିବା ମୃତ ମହିଳାଙ୍କ ଜଣେ ଅଣଓଡ଼ିଆ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେ ସମ୍ପର୍କରେ ପୁଲିସ ଖୋଳତାଡ଼ ଜାରି ରଖିଛି। ତେବେ ଘଟଣାଟି ପରକୀୟା ପ୍ରୀତିକୁ ନେଇ ଘଟିଛି ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ମହିଳାଙ୍କ ପିତାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ତାଙ୍କ ପୁରୁଷ ବନ୍ଧୁ ଶଶାଙ୍କଙ୍କୁ ଜେରା କରି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିଛି।
ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରରେ ଥିବା ନିତ୍ୟପ୍ରମୋଦ ଆପାର୍ଟମେଣ୍ଟର ସି-ବ୍ଲକ୍‌ ୩୦୧ରେ ଛତିଶଗଡ଼ ରାୟପୁରର ଶଶାଙ୍କ ଗୁପ୍ତା ଓ ତାଙ୍କ ପତ୍ନୀ ଖୁସ୍‌ବୁ ରୁହନ୍ତି। ଶଶାଙ୍କ ହିଟାଚି କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟ କରନ୍ତି। ପତ୍ନୀ ଖୁସ୍‌ବୁ ଗର୍ଭବତୀ ଥିବାରୁ ୩ମାସ ହେବ ସେ ବାପ ଘରକୁ ଯାଇଛନ୍ତି। ଏହି ସୁଯୋଗରେ ଶଶାଙ୍କ କମ୍ପାନୀରେ କାମ କରୁଥିବା ବନ୍ଧୁଙ୍କ ପତ୍ନୀଙ୍କୁ ପ୍ରେମ ଜାଲରେ ଫସାଇ କିଛିଦିନ ହେବ ତାଙ୍କୁ ନିଜ ରୁମ୍‌ରେ ରଖିଥିଲେ। ଅନ୍ୟଦିନ ଭଳି ଗତକାଲି ବୁଲାବୁଲି ସାରି ଉଭୟ ସନ୍ଧ୍ୟାରେ ଆପାର୍ଟମେଣ୍ଟର ରୁମରେ ପହଞ୍ଚିଥିଲେ। ଦୁହେଁ ମିଶି ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଚୁର ମଦ୍ୟପାନ କରିଥିଲେ। ଉଭୟଙ୍କୁ ନିଶା ହୋଇଯାଇଥିବାବେଳେ ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଫ୍ଲାଟରୁ ଖସିପଡ଼ିଥାଇ ପାରନ୍ତି ବୋଲି ଶଶାଙ୍କ ପୁଲିସକୁ କହିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଶଶାଙ୍କଙ୍କୁ ନେଇ ପୁଲିସ ଆପାର୍ଟେମେଣ୍ଟରେ ପହଞ୍ଚିବା ପରେ ସେଠା ଲୋକମାନେ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ଜାଣିଥିଲେ। ସମସ୍ତଙ୍କ ସମ୍ମୁଖରେ ଆପାର୍ଟମେଣ୍ଟ ପରିସରରୁ ମହିଳାଙ୍କ ମୃତ ଦେହକୁ ଏକ କାର୍‌ରୁ ବାହାର କରିଥିଲା। ପୁଲିସ ନିକଟରେ ଶଶାଙ୍କ ଦେଇଥିବା ବୟାନ ମୁତାବକ ରାତି ସାଢେ ୩ଟାରେ ସେ ମହିଳାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ କାର୍‌ର ପଛ ସିଟ୍‌ରେ ପକାଇ ପ୍ରଥମେ ନାଲକୋ ଛକ ନିକଟ ଏକ ଘରୋଇ ହସ୍ପିଟାକୁ ନେଇଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ୍‌କୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ ସୁଦ୍ଧା ଶଶାଙ୍କ ଅନ୍ୟ କୁଆଡ଼େ ନଯାଇ ମୃତ ମହିଳାଙ୍କୁ କାର୍‌ ପଛ ସିଟରେ ପକାଇ ସିଧା ଆପାର୍ଟମେଣ୍ଟକୁ ଫରିଥିଲେ। ପାର୍କିଂସ୍ଥଳରେ କାର୍‌କୁ ରଖି ଶଶାଙ୍କ ରୁମ୍‌ ମଧ୍ୟକୁ ଯାଇ ଦୀର୍ଘ ଦେଢ଼ ଘଣ୍ଟା ପରେ ସ୍କୁଟିରେ ସକାଳ ୫.୩୫ ମିନିଟ୍‌ରେ ପୁଣି ବାହାରକୁ ଯାଇ ଘଟଣା ସମ୍ପର୍କରେ ମହିଳାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ମହିଳାଙ୍କ ବାପା ସ୍ଥାନୀୟ ଥାନାକୁ ଜଣାଇବା ପରେ ପୁଲିସ ଆପାର୍ଟମେଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ପୁଲିସ ମହିଳାଙ୍କ ପୁରୁଷ ବନ୍ଧୁ ଶଶାଙ୍କଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories